Below header

ନିୟମିତ ଟ୍ରାଫିକ୍‌ ଜାମ୍‌ରେ ଫସି ବିରକ୍ତି ହୋଇଯାଉଥିଲେ ଯୁବକ, ଏବେ ପ୍ରସ୍ତୁତ କରୁଛନ୍ତି ନିଜର ହେଲିକପ୍ଟର

ଆପଣ କେଉଁ ସ୍ଥାନକୁ ଗଲାବେଳେ ନିଶ୍ଚିତ ଭାବେ ଟ୍ରାଫିକ୍‌ ଜାମ୍‌ର ସମ୍ମୁଖୀନ ହୋଇଥିବେ। ଆଉ ଆଜିକାଲି ଏତେମାତ୍ରରେ ଟ୍ରାଫିକ୍‌ ଜାମ ହେଉଛି, ତାହା କହିଲେ ନ ସରେ। ଆପଣ କେଉଁ ଜାଗାକୁ ଜଲଦି ଯିବାର ଥିବ କିନ୍ତୁ ଟ୍ରାଫିକ ଜାମ୍‌ରେ ଫସି ବିଳମ୍ବ ହେବା ଏହା ପ୍ରତିଦିନର ଘଟଣା। ଏପରି ଟ୍ରାଫିକ ଜାମ୍‌ ଯୋଗୁଁ ଆପଣ କେବେ ଟ୍ରେନ ଫେଲ୍‌ ହୋଇଥିବା ବେଳେ କିଏ ମିଟିଂ ଆଉ କିଏ ପରୀକ୍ଷା ପାଇଁ ବିଳମ୍ବରେ ପହଞ୍ଚିଥିବା କଥା ଆପଣ ନିଶ୍ଚିତ ମଧ୍ୟ ଜାଣିଥିବେ। କିନ୍ତୁ ଏହି ଟ୍ରାଫିକ୍‌ ଜାମ ଯୋଗୁଁ ଜଣେ ଯୁବକ ଏପରି କାମ କରୁଛନ୍ତି, ଯାହା ଭାବିବା ଆପଣଙ୍କ କଳ୍ପନା ବାହାରେ। ରାସ୍ତାରେ ନିୟମିତ ଗଲା ବେଳେ ଟ୍ରାଫିକ ଜାମ୍‌ରୁ ବଞ୍ଚିବା ପାଇଁ ଜଣେ ଯୁବକ ହେଲିକପ୍ଟର ପ୍ରସ୍ତୁତ କରୁଛନ୍ତି।

jam

ଇଣ୍ଡୋନେସିଆର ଜାକାର୍ତ୍ତରେ ରହୁଥିବା ଜୁଜୁନ ଜୁନେଦୀ ଟ୍ରାଫିକ ଜାମ୍‌ରୁ ରକ୍ଷା ପାଇବା ପାଇଁ ହେଲିକପ୍ଟର ନିର୍ମାଣ କରୁଛନ୍ତି। ଅଟୋ ରିପାୟର ଦୋକାନ ଚଳାଉଥିବା ଜୁଜୁନ ପ୍ରତିଦିନ ନିଜ ଦୋକାନକୁ ଯିବା ପାଇଁ ଟ୍ରାଫିକ୍‌ ଜାମ୍‌ର ସାମ୍ନା କରନ୍ତି। ଯେଉଁଥି ପାଇଁ ସବୁବେଳେ ଚିନ୍ତିତ ହୋଇପଡନ୍ତି ଜୁଜୁନ। ଗତ ବର୍ଷେ ହେଲାଣି ଜୁଜୁନ ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ହେଲିକପ୍ଟର ନିର୍ମାଣ କରୁଛନ୍ତି। ଯାହା ୨୦୨୦ ବେଳକୁ ପ୍ରସ୍ତୁତ ହୋଇଯିବ ବୋଲି ଜୁଜୁନ କହିଛନ୍ତି।

engeine

ସେ ଏହି ହେଲିକପ୍ଟରରେ ୭୦୦ ସିସି ଏବଂ ୨୪ ହର୍ସପାଓ୍ଵାର ଗାଇଡସ ଜେଏନ ୭୭ ଜିଏମ୍‌ ଜେନେରେଟର ମୋଟର ବ୍ୟବହାର କରିଛନ୍ତି। ଏପର୍ଯ୍ୟନ୍ତ ଏହି ହେଲିକପ୍ଟର ନିର୍ମାଣ ପାଇଁ ୧.୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ଜୁଜୁନ। ଜୁଜୁନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନାହିଁ। ତେଣୁ ହେଲିକପ୍ଟର ନିର୍ମାଣ ପାଇଁ ଆବଶ୍ୟକୀୟ ସରଞ୍ଜାମ ପାଇଁ ତାଙ୍କୁ ସମୟ ଲାଗୁଛି। ଜୁଜୁନଙ୍କୁ ଏହି ପ୍ରେରଣା ଇଣ୍ଡୋନେସିଆର ଟ୍ୟାକ୍ସି ସେବା ହ୍ଵାଇଟସ୍କାଏ ଆଭିଏସନରୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.