ରାଗରେ ନିଜ ଖେତରେ ନିଆଁ ଲଗାଇଲେ ଚାଷୀ, ଆଖି ପିଛୁଳାକେ ଜଳିଗଲା ଅଧ ଏକର ଧାନ ଖେତ

ସୁବର୍ଣ୍ଣପୁର (କେନ୍ୟୁଜ୍) : ନିଜ ଖେତରେ ନିଆଁ ଲଗାଇଲେ ଚାଷୀ। ଆଖି ପିଛୁଳାକେ ଜଳିଗଲା ଅଧ ଏକର ଧାନ ଖେତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅର୍ଡା ଗାଁରେ। ଗାଁର ଚାଷୀ ସହଦେବ କର୍ମୀ ଭଲ ଫସଲର ଆଶା ନେଇ ୫ଏକର ଜମିରେ କରିଥିଲେ ଧାନଚାଷ। ଏଥିପାଇଁ କିଛି ହାତ ଉଧାର ସହ ବ୍ୟାଙ୍କରୁ ଋଣ ମଧ୍ୟ ଆଣିଥିଲେ। ଚାଷ ବି ବେଶ ଭଲ ହୋଇଥିଲା। ହେଲେ ଠିକଣା ବେଳରେ ଚକଡ଼ା ପୋକ ଉଜୁଡ଼ାଇ ଦେଲା ଅଧା ଏକର ଧାନଚାଷ। ପୋକ ଦମନ ପାଇଁ କୃଷି ବିଭାଗ କର୍ମଚାରୀଙ୍କ ସହାୟତା ନେଲେ। କିନ୍ତୁ କିଛି କାମ ଦେଲା ନାହିଁ। ଏନେଇ କୃଷି ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଶେଷରେ ହତାଶ ହୋଇ ନିଜର ଅଧା ଏକର ଧାନଚାଷକୁ ନିଆଁ ଲଗାଇ ଦେଇଥିବା କହିଛନ୍ତି। କେବଳ ସହଦେବ ନୁହଁନ୍ତି ଅର୍ଡା ଏବଂ ବିଭିନ୍ନ ଗାଁରେ ଏବେ ଚକଡ଼ାର ଦାଉ। କିପରି ଋଣ ସୁଝିବେ ସେ ନେଇ ଏବେ ଚିନ୍ତାରେ ଚାଷୀ।

Leave A Reply

Your email address will not be published.