Below header

ବିଷଧର ସାପକୁ ହାତରେ ଧରି ଲୁଙ୍ଗିରେ ଭର୍ତ୍ତି କରୁଛନ୍ତି ବ୍ୟକ୍ତି

କରୋନାକୁ ମାତ ଦେବା ପାଇଁ ଦେଶର ଅଧିକାଂଶ ରାଜ୍ୟରେ ଲକଡାଉନ ଜାରି ହୋଇଛି । ଏମିତି ସମୟରେ ଘରେ ବସି ବସି ଅଧିକାଂଶ ଲୋକ ବୋର ହୋଇଯାଉଛନ୍ତି । ଦିନରେ ସମୟ କାଟିବା ପାଇଁ ଫୋନ, ଟିଭି ହିଁ ଏକ ମାତ୍ର ସାହାରା । ଫୋନରେ ଭିଡିଓ ଦେଖିବା ଅନେକଙ୍କର ପସନ୍ଦ । ଆଉ ଯଦି କିଛି ମଜାଦାର ଭିଡିଓ ଆସେ ତେବେ କଥା ସରିଲା । ଆଉ କିଛି ଦରକାର ନାହିଁ । ଘରେ ଏକୁଟିଆ ବସି ହସି ହସି ସମୟ ଭଲରେ କଟିଯିବ | ଦର୍ଶକଙ୍କ ଏହି ଡିମାଣ୍ଡକୁ ଲକ୍ଷରେ ରଖି ଅନେକ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ମଜାଦାର ଭିଡିଓମାନ ସେୟାର ହେବାରେ ଲାଗିଛି । ଆସନ୍ତୁ ସେମିତି ହିଁ ଏକ ମଜାଦାର ଭିଡିଓ ଦେଖିବା । ସାପକୁ ପ୍ରାୟ ସମସ୍ତେ ଭୟ କରନ୍ତି । ଦେଖିଲା ମାତ୍ରେ ଅଧିକାଂଶ ଲୋକ ଝାଳନାଳରେ ବୁଡ଼ି ଯାଆନ୍ତି ।

ଏମିତି ଏକ ଭୟଙ୍କର ଜନ୍ତୁଙ୍କୁ ଜଣେ ହାତରେ ଧରି ଲୁଂଗୀରେ ଭର୍ତ୍ତି କରିବ ସେମିତି ହୁଏତ ଆପଣ କେବେ ଭାବି ବି ନଥିବେ । କିନ୍ତୁ ବାସ୍ତବରେ ଏମିତି ଏକ ଦୁଃସାହସିକ କାମ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି । ଭିଡିଓଟିକୁ ଯଦି ଆପଣ ପ୍ଲେ କରି ଦେଖିବେ ତେବେ ଜାଣିବେ ଯେ ଜଣେ ବ୍ୟକ୍ତି ଏକ ବିରାଟକାୟ ସାପକୁ ନିଜ ବାମ ହାତରେ ଧରି ଖେଳାଉଛନ୍ତି । ଆଉ କିଛି ସମୟ ଏମିତି ଖେଳାଇବା ପରେ ସାପଟିକୁ ନିଜେ ପିନ୍ଧିଥିବା ଲୁଙ୍ଗି ଭିତରେ ପଶାଇଦେଉଛନ୍ତି । ସତରେ ଏମିତି ଏକ ଦୃଶ୍ୟ ଯିଏ ଦେଖିବ ତା ଦେହ ହାତ ନିଶ୍ଚୟ ଥରିଯିବ । ଭିଡିଓଟିକୁ ଟ୍ୱିଟରରେ ସେୟାର କରିଛନ୍ତି ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ । ଲୋକେ ଏହାର କମେଣ୍ଟରେ ଲେଖିଛନ୍ତି “ସାପଟି ବୋଧେ ଏକ ମୂଷାକୁ ଖାଇବାକୁ ଯାଉଥିଲା । ଯଦି ଏହା ଏକ ବିଷଧର ସାପ ହୋଇଥାନ୍ତା ତେବେ କଣ କରିଥାନ୍ତେ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.