Below header

ନମାନିଲେ ୧୫ରୁ ୨୦ ଦିନ ବଢ଼ି ପାରେ ଲକ୍‌ଡାଉନ୍‌ ! କୋଭିଡ଼ ମୁକାବିଲା ପାଇଁ ରାଜ୍ୟସରକାର ଗଠନ କରିବେ ଉଚ୍ଚ ସ୍ତରୀୟ ପରାମର୍ଶଦାତା କମିଟି

କେନ୍ୟୁଜ୍(ବ୍ୟୁରୋ):  ଦେଶରୁ ଟିକା କିଣିବାକୁ ଓଡ଼ିଶା ସରକାର ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରିଛନ୍ତି । ୪ ମାସ ମଧ୍ୟରେ ୩ କୋଟି ୮୦ ଲକ୍ଷ କୋଭିଡ ଟିକା ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଆସନ୍ତା ୧୯ତାରିଖରେ ଗ୍ଲୋବାଲ ଟେଣ୍ଡରର ପ୍ରି-ବିଡିଂ ନେଇ ଆଲୋଚନା ହେବ । ୨୮ ତାରିଖ ଭିତରେ ଟିକା ଉତ୍ପାଦନକାରୀ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଖୁବଶୀଘ୍ର ଟିକା ମିଳିବା ନେଇ ଆଶା ରଖିଛନ୍ତି ସରକାର ।

ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତୃତୀୟ ଲହର ମୁକାବିଲା ପାଇଁ ବିଶିଷ୍ଟ ବୈଜ୍ଞାନିକ ଓ ଡାକ୍ତରଙ୍କୁ ନେଇ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । ଏହାର ଆବାହକ ଅଛନ୍ତି ଡିଏମଇଟି । ବିଶେଷ କରି ଟିକାକରଣ ଓ କରୋନାର ତୃତୀୟ ଲହର ନେଇ ପରାମର୍ଶ ଦେବ କମିଟି । ବିଶେଷଜ୍ଞଙ୍କ ମତରେ ଥାର୍ଡ େଓ୍ଵଭରେ ବିଶେଷକରି ଯୁବ ଗୋଷ୍ଠୀ ଓ ଛୋଟ ପିଲା ସଂକ୍ରମିତ ହେବେ । ଏନେଇ ସରକାରଙ୍କୁ ପରାମର୍ଶ ଦେବ ଉଚ୍ଚସ୍ତରୀୟ କମିଟି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.