Below header

ଚଟ୍‌ପଟା ମସାଲା କପ୍ ପାସ୍ତା ବନାଇବା ଖୁବ ସହଜ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଯଦି ଆପଣ ଫାଷ୍ଟଫୁଡ ପ୍ରେମୀ ହୋଇଥାନ୍ତି । ମାତ୍ର କରୋନା ପାଇଁ ବାହାରକୁ ଯାଇ ଏହାର ମଜା ଉଠାଇ ପାରୁନାହାନ୍ତି । ତେବେ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ମସାଲା କପ୍ ପାସ୍ତା ରେସିପି। ଯାହାକୁ ଆପଣ ଖୁବ ସହଜରେ ଘରେ ପ୍ରସ୍ତୁତ କରିପାରିବେ । ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ଖୁବ ଭଲ ହେବା ସହ ସ୍ୱାଦରେ ହୋଇଥାଏ ବେଷ୍ଟ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ ।

ସାମଗ୍ରୀ:

ଲୁଣି ବିସ୍କୁଟ: ୨୦ ଖଣ୍ଡ
ଚୀଜ: ୧/୨କପ
କ୍ଷୀର: ୩ ଚାମଚ
ଲହୁଣି: ୩ ଚାମଚ
ପାସ୍ତା: ୮ ଚାମଚ
ତେଲ: ୨ ଚାମଚ
କଟା ପିଆଜ: ଅଧା କପ
ସିମଲା ଲଙ୍କା ଓ ବନ୍ଧା କୋବି: ୨ କପ
ଟମାଟୋ ସସ୍‌: ୨ ଚାମଚ
ଲୁଣ: ସ୍ୱାଦ ଅନୁସାରେ

ପ୍ରସ୍ତୁତି:

ପ୍ରଥମେ ଗରମ ପ୍ୟାନରେ ପାସ୍ତାକୁ ସିଝାଇ ଦିଅନ୍ତୁ । ଏଥିରେ ଅଳ୍ପ ତେଲ ଓ ଲୁଣ ପକାନ୍ତୁ । ପରେ ଗରମ ପ୍ୟାନରେ ତେଲ ପକାଇ ଏଥିରେ ପିଆଜ ସହ ଅନ୍ୟ ପରିବା ପକାଇ ଠିକ ଭାବେ ଭାଜନ୍ତୁ । ଲୁଣ ପକାଇ ୫ମିନିଟ ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ । ଏହାପରେ ସିଝି ଯାଇଥିବା ପାସ୍ତାକୁ ପକାନ୍ତୁ ଓ ସେଥିରେ ଟମାଟୋ ସସ୍ ପକାନ୍ତୁ । ଏହାପରେ ବିସ୍କୁଟକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହାକୁ ୩୫୦ ଡିଗ୍ରୀରେ ଗରମ କରିଦିଅନ୍ତୁ । ଏହି ପାଉଡରକୁ ଏକ କପରେ ରଖନ୍ତୁ । ଏଥିରେ ଚୀଜ ଓ କ୍ଷୀର ପକାନ୍ତୁ । ଏହାକୁ ଭଲ ଭାବେ ମିଶାନ୍ତୁ । ପରେ ଏହାକୁ ପ୍ୟାନରେ ଲହୁଣୀ ଦ୍ୱାରା ଗରମ କରନ୍ତୁ । ଏଥିରେ ପ୍ରସ୍ତୁତ ପାସ୍ତା ମିଶାନ୍ତୁ । ଗୋଲଡେନ କଲର ହେବା ପର୍ଯ୍ୟନ୍ତ କମ ଆଞ୍ଚରେ ଗରମ କରନ୍ତୁ । ୫ ମିିନିଟ ପରେ ଏହାକୁ ବାହାର କରି ଦିଅନ୍ତୁ ।  ଏହା ଉପରେ ଚୀଜ ପକାଇ ଏହାକୁ ସର୍ଭ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମସାଲା କପ୍ ଟେଷ୍ଟି ପାସ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.