Below header

୧୬ ବର୍ଷ ପରେ ମ୍ୟାରେଜ୍ ସାଟିର୍ଫିକେଟ ନେବା ପାଇଁ ପହଁଚିଲେ ବ୍ୟକ୍ତି, କର୍ମଚାରୀ କହିଲେ ପୁଣି ଥରେ ବିବାହ କଲେ ମିଳିବ ପ୍ରମାଣପତ୍ର

କୋଝିକୋଟ : କେରଳର କୋଝିକୋଟ ମୁକ୍କୋମରେ ମ୍ୟାରେଜ୍ ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ମଧୁସୂଦନ ନାମକ ଜଣେ ବ୍ୟକ୍ତି ୧୬ ବର୍ଷ ପରେ ନିଜର ବିବାହ ପ୍ରମାଣପତ୍ର ଦାବି କରିଛନ୍ତି। କିନ୍ତୁ କର୍ମଚାରୀ ସାଟିର୍ଫିକେଟ ଦେବା ପାଇଁ ମନା କରିଦେଲେ। ଏହା ସହିତ ତାଙ୍କର ମଜାକୁ କରି କହିଲେ ଯେ ‘ଆପଣ ଦ୍ବିତୀୟ ଥର ବିବାହ କରିଦିଅନ୍ତୁ, ତେବେ ଯାଇ ସାଟିର୍ଫିକେଟ ମିଳିବ।’ ଏହି ଘଟଣା ପରେ ପଞ୍ଜୀକରଣ ମନ୍ତ୍ରୀ ଜି ସୁଧାକରଣ ପୀଡିତଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଚାରି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଦିଆଗଲା।

ଏହା ସହ ପଢ଼ନ୍ତୁ : ଦୁନିଆର ସବୁଠାରୁ ବିଶ୍ବସ୍ତ ପ୍ରାଣୀ କୁକୁର ନେଲେ ମାଲିକଙ୍କ ଜୀବନ, ମିଳିଲାନି ଚିହ୍ନବର୍ଣ୍ଣ

ସୋସିଆଲ ମିଡିଆରେ ଏଭଳି ଅଭିଯୋଗ ପାଇଁ ମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ସୂଚନା ଅନୁଯାୟୀ ମଧୁସୂଦନ ୨୦୦୩ରେ ବିବାହ କରିଥିଲେ। କୌଣସି କାରଣରୁ ତାଙ୍କର ସାଟିର୍ଫିକେଟ ଦରକାର ଥିବାରୁ ସେ ଆବେଦନ କରିଥିଲେ।
କିନ୍ତୁ କର୍ମଚାରୀ ତାଙ୍କୁ ପୁଣି ଥରେ ବିବାହ କରିବାକୁ କହିଥିଲେ। ଏପରି କଲେ ତୁରନ୍ତ ସାଟିର୍ଫିକେଟ ମିଳିଯିବ। ଏହାପରେ ପୀଡିତ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.