Below header

ଦେଶୀ ଯୁଗାଡକୁ ମାନିବାକୁ ପଡିବ, ଫର୍ମୁଲା-1 ରେସିଙ୍ଗ କାରରେ ବିକ୍ରି ହେଉଛି କ୍ଷୀର, ଦେଖନ୍ତୁ ଭିଡିଓ

ଭାରତୀୟ ମାନଙ୍କ ଯୁଗାଡ ଦେଶ କାହିଁକି ପୁରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ପାଖରେ ଧନ ନଥାଉ କି ଜିନିଷ ନଥାଉ ସେମାନେ ଯେମିତି ହେଲେ ବି ଯୁଗାଡ କରି ଦରକାର ଜିନିଷ ନିଜ ହାତରେ ଯେମିତି ହେଲେ ବି ବନେଇ ଦିଅନ୍ତି । ଦେଶୀ ଲୋକଙ୍କ “ଯୁଗାଡ କଳା” ଆପଣ ଗାଁ ଠାରୁ ଆରମ୍ଭ କରି ଶହର ପର୍ଯ୍ୟନ୍ତ ସବୁଠି ଦେଖିପାରିବେ | ଏଗୁଡିକ ଦେଖିଲେ ଯେତିକି ଅଦ୍ଭୁତ ଲାଗେ ସେତିକି ମଜାଦାର ବି ଲାଗେ । ଆଜି ଆମେ ଆପଣଙ୍କୁ ଜଣେ କ୍ଷୀର ଵାଲାର ଅଦ୍ଭୁତ ଯୁଗାଡ ଶୈଳୀ ଦେଖେଇବାକୁ ଯାଉଛୁ । ଖାଲି ଦେଖଉନୁ ୟା ବିଷୟରେ ବି ଦୁଇ ଚାରି ପଦ ନିଶ୍ଚିତ ରୂପେ କହିବୁ । ଏହି ବ୍ୟକ୍ତି ଜଣଙ୍କର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ଜଣଙ୍କ ନିଜ ଫର୍ମୁଲା-1 ଦେଶୀ କାରରେ ପୁରା ଦମ୍ଭର ସହିତ କ୍ଷୀରର ଭାରି କଣ୍ଟେନର ଲଦି ବୁଲି ବୁଲି କ୍ଷୀର ବାଣ୍ଟୁଛନ୍ତି ।

 

 

ଫର୍ମୁଲା -1 ରେସିଙ୍ଗ କାରରେ ପୁଣି କ୍ଷୀର ବାଣ୍ଟିବା, ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହଁ ସତ । ରେସିଙ୍ଗ କାରରେ କ୍ଷୀର ପରି ଜିନିଷ ବିକିବା ନିଶ୍ଚିତ ରୂପେ ଏକ ଭିନ୍ନ ଘଟଣା । କିନ୍ତୁ ଘଟଣାଟି ପ୍ରକୃତରେ ଘଟିଛି | ଏହି ଭିଡିଓଟି ଟ୍ୱିଟର ହ୍ୟାଣ୍ଡଲ @RoadsofMumbai ରୁ ଏପ୍ରିଲ ୨୮ ତାରିଖରେ ସେୟାର କରାଯାଇଛି । ମଜାଳିଆ ଅନ୍ଦାଜରେ କ୍ୟାପ୍ସନରେ ଲେଖିଛନ୍ତିଯେ- ଯେବେ ଆପଣ ଜଣେ F1 ଡ୍ରାଇଭର ହେବାକୁ ଚାହିଁବେ….କିନ୍ତୁ ପରିବାର ସଦସ୍ୟ ମାନେ ଆପଣଙ୍କୁ ପାରିବାରିକ କ୍ଷୀର ବ୍ୟବସାୟ କରିବାକୁ ବାଧ୍ୟ କରିବେ ତେବେ ହୁଏତ ଆପଣଙ୍କ ପାଇଁ ଏହାହିଁ ସର୍ବତ୍କୃଷ୍ଟ ରାସ୍ତା ହେବ । କିନ୍ତୁ ଏହି ଭିଡିଓଟି କେବେ ର କେଉଁଠି କାର ଏହି ବ୍ୟକ୍ତି ଜଣଙ୍କ ନାଁ, ଠିକଣା କିଛି ବି ଜଣାନାହିଁ ।

ଭାଇରଲ ହେଉଥିବା ଏହି ଭିଡିଓଟିରେ ଆପଣ ଦେଖିପାରିବେ ଜଣେ କ୍ଷୀର ବ୍ୟବସାୟୀ “ଫର୍ମୁଲା 1 ରେସ” ଟାଇପ ଦେଶୀ ଗାଡ଼ିରେ ଦୁଧ ପାତ୍ର ନେଇ ଖୁବ ଷ୍ଟାଇଲର ସହ ଯାଉଛନ୍ତି । ଏହି କାରକୁ ଆପଣ ଦେଶୀ “ଗୋ- କାର୍ଟ” ବି କହି ପାରିବେ । ବ୍ୟକ୍ତିଟି ତିନି ଚକିଆ ଗାଡ଼ିରେ ଲୁହା ଢାଞ୍ଚାରେ ଏହି ଇନୋଭେସନ କରି କ୍ଷୀର ପାତ୍ର ନେଇ ଯାଉଛନ୍ତି । ଏଥିରେ କାରର ଷ୍ଟିୟାରିଂ ଓ ଚେୟାର ବି ଫିଟ ଅଛି । ଡ୍ରାଇଭର ଜଣଙ୍କ ନିଜେ ଜ୍ୟାକେଟ ଓ ହେଲ୍ମେଟ ପିନ୍ଧି ଚଳାଉଛନ୍ତି । ଗାଡ଼ିରେ କ୍ଷୀର ପାତ୍ର ଗୁଡିକ ଦେଖି ଏମିତି ଲାଗୁଛି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଦୁଧ ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.