Below header

ଡାଟା ସୁରକ୍ଷା ପାଇଁ ଗୁଗଲ୍ ପ୍ଲେ ଲଞ୍ଚ କରେ ଡାଟା ସେଫ୍ଟି, ଜାଣନ୍ତୁ ଏହା କିପରି କରିବ ଆପଣଙ୍କୁ ସାହାଯ୍ୟ

ଦିନକୁ ଦିନ ଯେତେ ମାତ୍ରାରେ ଅନଲାଇନ୍ ଠକେଇ ଓ ଫ୍ରଡ ବଢ଼ିବାରେ ଲାଗିଛି ଗୁଗଲ ନିଜ ବ୍ଯବହାରକାରୀଙ୍କ ପାଇଁ ମଧ୍ୟ ସେତେ ଅଧିକ ସେକ୍ୟୁରିଟି ବଢ଼ାଉଛି। ଯେମିତି ବର୍ତ୍ତମାନ ମଧ୍ୟ ଗୁଗୁଲ୍ ପ୍ଲେ ଡାଟା ସିକ୍ୟୁରିଟି ବିଭାଗ ଉପଭୋକ୍ତାମାନଙ୍କୁ ସେମାନଙ୍କର ଆପ୍ ତଥ୍ୟ ସମ୍ବନ୍ଧରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଗୁଗୁଲ୍ ପ୍ଲେ ନୂଆ ଡାଟା ସେଫ୍ଟି ଲଞ୍ଚ କରିଛି । ଯାହା ଆପଣଙ୍କୁ ଜାଣିବା ଜାଣିବା ନିହାତି ଦରକର।

୨୦୨୧ ରେ, ଗୁଗଲ୍ କହିଥିଲା ଯେ କରିଛି ଯେ ସେ ପ୍ଲେ ଷ୍ଟୋରରେ ଏକ ନୂଆ ଡାଟା ସୁରକ୍ଷା ଫିଚର୍ ଯୋଡ଼ିବ। ତେଣୁ କମ୍ପାନୀ ଏବେ ଏକ ଅଫିସିଆଲ୍ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ନୂତନ ବିଭାଗର ରୋଲଆଉଟ୍ ନିଶ୍ଚିତ କରିଛି। ଏକ ବ୍ଲଗ୍ ପୋଷ୍ଟ ଅନୁଯାୟୀ, ପୁରା ରୋଲଆଉଟ୍ ପ୍ରାୟ ଏକ ସପ୍ତାହ ଲାଗିବ ଏବଂ ଡେଭେଲୋପର୍ସ ଜୁଲାଇ ୨୦, ୨୦୨୨ ସୁଦ୍ଧା ନୂତନ ଡାଟା ବିଭାଗରେ ଯୋଗଦେବେ ବୋଲି ଆଶା କରାଯାଉଛି।

ଆସନ୍ତୁ ଜାଣିବା ଏହି ଡାଟା ସୁରକ୍ଷା ବିଭାଗ କ’ଣ?

ଡାଟା ସୁରକ୍ଷା ବିଭାଗ ହେଉଛି ଆପ୍ ତାଲିକା ପୃଷ୍ଠାରେ ଏକ ନୂତନ ବିଭାଗ, ଯେଉଁଠାରେ ଡେଭଲପର୍ସଙ୍କୁ ୟୁଜରଙ୍କୁ ଡାଟା କଲେକ୍ସନ, ଡାଟା ସେୟାର ଏବଂ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ପଡିବ। ଡାଟା ସୁରକ୍ଷା ବିଭାଗ କେଉଁ ସୂଚନା ଆଣିବ? ଡେଭଲପର୍ସ ଡାଟା ପ୍ରୋଟେକ୍ସନ୍ ବିଭାଗରେ ଦେଖାଇ ପାରିବେ ଏଠାରେ ସୂଚନା। ବର୍ତ୍ତମାନ ଆସନ୍ତୁ ଜାଣିବା ଡାଟା ସେଫ୍ଟି ସେକ୍ସନ କେଉଁ ସୂଚନା ଆଣିବ।

. ଡେଭେଲୋପର କେଉଁ ଡାଟା କଲେକ୍ଟ କରୁଛି ଓ ଏହା କେଉଁ ଉଦ୍ଦେଶ୍ୟରେ ହେଉଛି ତାହା ଜଣାପଡ଼ିବ।

. ତୃତୀୟ ପକ୍ଷ ସହିତ ତଥ୍ୟ ବାଣ୍ଟୁଛନ୍ତି କି ଡେଭେଲୋପର?

. ଆପ୍ ର ସେକ୍ୟୁରିଟି ପ୍ରାକ୍ଟିସ୍, ଯେପରିକି ଟ୍ରାଞ୍ଜିସନରେ ଡାଟାର ଏନକ୍ରିପସନ୍ ଏବଂ ଉପଭୋକ୍ତାମାନେ ଡାଟାକୁ ହଟାଇବା ପାଇଁ କହିପାରିବେ ୟୁଜର।

.ପ୍ଲେ ଷ୍ଟୋରରେ ପିଲାମାନଙ୍କୁ ଭଲ ଭାବରେ ସୁରକ୍ଷା ଦେବା ପାଇଁ ଆପ୍ ଗୁଗଲ୍ ପ୍ଲେର ଫ୍ୟାମିଲି ପଲିସି ମଧ୍ୟ ଆରମ୍ଭ କରିବ।

.ଡେଭଲପର୍ ନିଜର ସୁରକ୍ଷା ଅଭ୍ୟାସକୁ ବିଶ୍ୱସ୍ତରୀୟ କରିଛି କି ନାହିଁ ତାହା ମଧ୍ୟ ଆପଣ ଜାଣିପାରିବେ।

ଖାସ କରି ଉପଭୋକ୍ତାମାନଙ୍କ ପାଇଁ ଏହାର ଅର୍ଥ ଗୁଗଲ୍ ପ୍ଲେ ଡାଟା ସୁରକ୍ଷା ବିଭାଗ, ଉପଭୋକ୍ତାମାନଙ୍କୁ ସେମାନଙ୍କର ଆପ୍ ତଥ୍ୟ ଦେବ ଏବଂ ଏହା କିପରି ଆପ୍ ଡେଭଲପର୍ସଙ୍କ ଦ୍ଵାରା ବ୍ୟବହୃତ ହେଉଛି ସେ ସମ୍ବନ୍ଧରେ ଅଧିକ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ଅଧିକ ପ୍ରୋଟେକ୍ସନ ଆଣୁଛି ଗୁଗଲ ପ୍ଲେ। ଯାହାକି ଗ୍ରାହକଙ୍କ ପାଇଁ ଏକ ବଡ଼ ଓ ଭଲ ସୁରକ୍ଷା କବଚ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.