ଭଦ୍ରକ ଜିଲ୍ଲାପାଳଙ୍କ ଫଟୋ ରଖି କିଏ ମାଗୁଛି ସାହାଯ୍ୟ ?

ଭଦ୍ରକ (କେନ୍ୟୁଜ୍‌) : ଶେଷରେ ଜିଲ୍ଲାର ମୁଖ୍ୟ ଜ଼ିଲ୍ଲାପାଳଙ୍କୁ ବି ଛାଡିଲେନି ଅସାମାଜିକ ବ୍ଯକ୍ତି । ଖୋଦ ଭଦ୍ରକ ଜ଼ିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଫଟୋ ନିଜ ହ୍ଵାଟସଆପ୍‌ ଡିପିରେ ରଖି ବେଶ୍‌ ଚାଲାକିରେ ଟଙ୍କା ସାହାଯ୍ଯ ମାଗୁଥିବାର ଖବର ସାମ୍ନାକୁ ଆସିଛି। 8400754221 ଫୋନ୍‌ ନମ୍ବରରେ ବ୍ଯକ୍ତି ଜଣକ ନିଜ ହ୍ଵାଟସଆପ୍‌ ଡିପିରେ ଜ଼ିଲ୍ଲାପାଳଙ୍କ ଫଟୋ ରଖିଛନ୍ତି । ଏକଥା ନଜରକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଇଛି । ପୁଣି ସାମାଜିକ ଗଣମାଧ୍ୟମରେ ଏ ବିଷୟ ଜଣାଇ ଦିଆଯାଇଛି । କୌଣସି ବ୍ଯକ୍ତି ଏଭଳି ମିଥ୍ଯା ମେସେଜ ଦେଲେ ତାକୁ ବିଶ୍ୱାସ ନକରିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.