ଆସନ୍ତା ମେ ୪ ତାରିଖରେ ବିନାୟକ ଚତୁର୍ଦ୍ଦଶୀ, ଏପରି ପୂଜା କରି ବିଘ୍ନ ବିନାଶକଙ୍କୁ କରନ୍ତୁ ପ୍ରସନ୍ନ

କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ। ଭଗବାନ ଶ୍ରୀ ଗଣେଶ ଶୁଭଫଳ ଦାୟକ ହୋଇଥାନ୍ତି ଏବଂ ଲଡ଼ୁ ଭଳି ତାଙ୍କର ବାଣୀ ମିଠା ହୋଇଥାଏ ଓ ତାଙ୍କ ହସ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରସନ୍ନତା କରିଥାଏ। ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି। ବିଶ୍ବରେ ମଧ୍ଯ ଭଗବାନ ଗଣେଶଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଇଥାଏ। ଯେପରି ଗଜାନନ, ବିଘ୍ନହର୍ତା, ଗଣପତି, ଏକଦନ୍ତ, ସିଦ୍ଧିବିନାୟକ, ଗଣେଶ ଏବଂ ଗୌରୀ ପୁତ୍ର ନାମରେ ଭକ୍ତମାନେ ଡାକ୍ତିଥାନ୍ତି।

ହିନ୍ଦୁ ଧର୍ମ ଅନୁସାରେ ଶ୍ରୀଗଣେଶଙ୍କର ଆଶୀର୍ବାଦରେ ଜୀବନର ସବୁ କାର୍ଯ୍ଯ ସମ୍ଭବ ହୋଇଥାଏ। ଏହି କାରଣରୁ ତାଙ୍କୁ ବିଘ୍ନହର୍ତା କୁହାଯାଇଥାଏ। ହିନ୍ଦୁ ପଞ୍ଚାଗରେ ପ୍ରତ୍ୟେକ ଚନ୍ଦ୍ର ମାସରେ ଦୁଇଟି ଚତୁର୍ଥୀ ପଡ଼ିଥାଏ, ଏବଂ ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଚତୁର୍ଥୀ ତିଥିକୁ ଭଗବାନ ଶ୍ରୀଗଣେଷଙ୍କ ତିଥି କୁହାଯାଇଥାଏ।

ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବିନାୟକ ବା ବିନାୟକୀ ଚତୁର୍ଥୀ ଏବଂ ସଂକଷ୍ଟୀ ଚତୁର୍ଥୀର ବ୍ରତ ଏବଂ ପୂଜା କରାଯାଇଥାଏ। ପୁରାଣ ଅନୁସାରେ ଶୁକ୍ଳପକ୍ଷ ଚତୁର୍ଥୀକୁ ବିନାୟକ ଏବଂ କୃଷ୍ଣପକ୍ଷ ଚତୁର୍ଥୀକୁ ସଂକଷ୍ଟୀ ଚତୁର୍ଥୀ କୁହାଯାଇଥାଏ। ଏହି ଦିନ ଶ୍ରୀଗଣେଷଙ୍କର ପୂଜା ମଧ୍ୟାହ୍ନ ସମୟରେ କରାଯିବା ଉଚିତ। ଅମାବାସ୍ୟା ପରେ ଆସୁଥିବା ବିନାୟକୀ ଚତୁର୍ଥୀରେ ଶ୍ରୀଗଣେଷଙ୍କର ପୂଜା-ଅର୍ଚ୍ଚନା କଲେ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି ଦିନ ଶ୍ରୀଗଣେଷଙ୍କର ପୂଜା କଲେ ଘରେ ସୁଖ-ସମୃଦ୍ଧି, ଧନ-ଦୌଲତ, ଆର୍ଥିକ ସମ୍ପନ୍ନତା ସହିତ ଜ୍ଞାନ ଏବଂ ବୁଦ୍ଧି ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ମେ ୪ ତାରିଖ ବୁଧବାର ପଡ଼ୁଛି ବିଘ୍ନ ବିନାଶକଙ୍କ ବିନାୟକ ଚତୁର୍ଦ୍ଦଶୀ।

ଅମାବାସ୍ୟା ପରେ ଶୁକ୍ଳ ପକ୍ଷରେ ପଡୁଥିବା ଚତୁର୍ଥୀକୁ ବିନାୟକ ଚତୁର୍ଥୀ ଭାବେ ପାଳନ କରାଯାଏ । ଘର ଲୋକଙ୍କ ଶୁଭ ମନାସୀ ସୁଖସମୃଦ୍ଧିର କାମନା କରି ବିନାୟକଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ନିୟମ ଅନୁଯାୟୀ ଆଜିର ଦିନରେ ଭକ୍ତିର ସହ ନୈବେଦ୍ୟ ଅର୍ପଣ କଲେ ତାହାକୁ ନିଶ୍ଚିତ ରୂପେ ଗ୍ରହଣ କରିଥାନ୍ତି ଗିରିଜା ନନ୍ଦନ । ଆଉ ମନମୁତାବକ ଫଳ ପ୍ରଦାନ କରିଥାନ୍ତି । ଏମିତି କରିବା ଦ୍ୱାରା ବିନାୟକ ଅପ୍ରସନ୍ନ ହୋଇଯାନ୍ତି ।

ଶ୍ରୀ ଗଣେଶଙ୍କୁ ଧଳା ବସ୍ତ୍ର ଅର୍ପଣ କରିବା ଉଚିତ ନୁହେଁ । ଭଙ୍ଗା ଓ ଶୁଖିଲା ଚାଉଳ ଶ୍ରୀ ଗଣେଶଙ୍କୁ ଚଢ଼ାନ୍ତୁ ନାହିଁ।ଧଳା ବସ୍ତ୍ର ପରି ଧଳା ଫୁଲ ବି ବିନାୟକଙ୍କର ପସନ୍ଦ ନୁହେଁ । ଭଗବାନ ଗଣେଶଙ୍କର ହଳଦିଆ ବସ୍ତ୍ର ଖୁବ ପସନ୍ଦ । ତାଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଚନ୍ଦନ ଛଡ଼ାଇବା ଉଚିତ । ଭଗବାନଙ୍କୁ ତିଳକ ଲଗାଇବା ପରେ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ବି ସେହି ତିଳକ ଲଗାଇବା ଉଚିତ । ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଉଥିବା ଦୁବକୁ ପ୍ରଥମେ ତର୍ପଣ କରିବା ଉଚିତ। ଏହା ବ୍ଯତୀତ ଭଗବାନଙ୍କୁ ୩, ୫ କିମ୍ବା ୭ଟି ଦୁବ ଅର୍ପଣ କରନ୍ତୁ। ଭଗବାନଙ୍କୁ ଦୁବ ଅର୍ପଣ କରିବା ଦ୍ବାରା ଉପାସକମାନଙ୍କୁ ମହତ୍ୱପୂର୍ଣ୍ଣ ଶକ୍ତି ପ୍ରାପ୍ତ ହୋଇଥାଏ। ଏହା ବ୍ଯତୀତ ଭଗବାନଙ୍କୁ ୨୧ଟି ଦୁବ ଅର୍ପଣ କରିବା ଦ୍ବାରା ଭକ୍ତର ମନସ୍କାମନା ପୂରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.