ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେବେ ଯୁବ IPS ପ୍ରତୀକ ସିଂ, ପଦବୀ ଗୋଟିଏ କିନ୍ତୁ ଚ୍ୟାଲେଞ୍ଜ ଅଧିକ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିବେ ପ୍ରତୀକ ସିଂ। ପ୍ରତୀକ ସିଂ ୨୦୨୦ ଜୁଲାଇ ମାସ ୨୦ ତାରିଖରେ କଟକ ଡ଼ିସିପି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ କଟକରେ ସଫଳତାର ସହିତ ଅପରାଧ ନିୟନ୍ତ୍ରଣ ହୋଇ ପାରିଛି। ତାଙ୍କ ସମୟରେ ରେକର୍ଡ଼ ସଂଖ୍ୟକ ବ୍ରାଉନସୁଗାର ପରି ନିଶା ଦ୍ରବ୍ୟ ଜବତ ହୋଇ ପାରିଛି। ୭୦ରୁ ଅଧିକ ଚୋରା ବନ୍ଧୁକ ଜବତ ହୋଇଛି। ଦୀର୍ଘ ବର୍ଷ ଧରି ଫେରାର ଥିବା ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇପାରିଛି।

ବିପୁଳ ପରିମାଣରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଜବତ କରି ନଷ୍ଟ କରାଯାଇଛି। ତାଙ୍କ ସମୟରେ କଟକ ସହର ପରି ଜନଗହଳିପୂର୍ଣ୍ଣ ସହରରେ କଡାକଡି ଭାବରେ ଲକ ଡାଉନ ଓ ସର୍ଟ ଡାଉନ ନିୟମକୁ ଲାଗୁ କରାଯାଇ ପାରିଛି। ଏବେ ରାଜଧାନୀର ମଧ୍ୟ ସମାନ ଭାବେ ଦାୟିତ୍ବ ସମ୍ପାଦନ କରିପାରିବେ ବୋଲି ଆଶା କରାଯାଉଛି। ବିଶେଷ କରି ରାଜଧାନୀ ବଢୁଥିବା ଛିନତାଇ ନିଶା ବେପାର, ଡକାୟତୀ ଓ ହତ୍ୟା ଭଳି ଘଟଣା ପ୍ରତୀକ ସିଂଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.