Below header

ଲଞ୍ଚ ହେଲା Realme ର ଦୁଇଟି ଶସ୍ତା ସ୍ମାର୍ଟ ଟିଭି, କମ ଦାମରେ ଘରେ ବସି ପାଇପାରିବେ ସିନେମା ହଲର ମଜା

ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ରିଆଲମି ତରଫରୁ Realme Smart TV X FHD ସିରିଜକୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । କମ୍ପାନୀ ଦ୍ୱାରା ଏହି ଲାଟେଷ୍ଟ ସିରିଜ ଅନ୍ତର୍ଗତରେ ୪୦
ଇଂଚ ଓ ୪୩ ଇଞ୍ଚର ଦୁଇଟି ମଡେଲ ରହିଛି । ନୂଆ ଟିଭି ମଡେଲ ୨୪ ୱାଟର କ୍ଵାଡ଼ ଷ୍ଟିରିୟୋ ସ୍ପିକରସ ଓ ଡ଼ଲବୀ ଅଡିଓ ସପୋର୍ଟ ମିଳିଥାଏ । ତେବେ ଆସନ୍ତୁ ଆଜି ଆପଣଙ୍କୁ ରିଆଲମି ଟିଭି ମଡେଲର ମୂଲ୍ୟ ଓ ଏଥିରେ ଦିଆଯାଇଥିବା ସ୍ପେଶାଲ ଫିଚର ଗୁଡିକ ବିଷୟରେ ଡିଟେଲରେ ଜାଣି ରଖିବା ।

ଏହି ଲାଟେଷ୍ଟ ୪୦ ଇଞ୍ଚ LED TV ମଡେଲର ମୂଲ୍ୟ ୨୨ ହଜାର ୯୯୯ ଟଙ୍କା ଯେବେକି ୪୩ ଇଞ୍ଚ ବିଶିଷ୍ଟ ଟିଭି ମଡେଲର ମୂଲ୍ୟ ୨୫ ହଜାର ୯୯୯ ଟଙ୍କା ରଖାଯାଇଛି । ୪୦
ଇଂଚିଆ ମଡେଲ ଆସନ୍ତା ମେ ୪ ତାରିଖ ଯେବେକି ୪୩ ଇଂଚିଆ ଟିଭି ମଡେଲ ମେ ୫ ତାରିଖରେ ଲଞ୍ଚ ହେବ । ଏନେଇ ରିୟଲମିର ଅଫିସିଆଲ ୱେବ ସାଇଟ ବ୍ୟତୀତ Flipkartରେ ବି ବିକ୍ରି ଆରମ୍ଭ ହୋଇଯିବ ।

୪୦ ଇଞ୍ଚ ଓ ୪୩ ଇଞ୍ଚ ବିଶିଷ୍ଟ ଫୁଲ ଏଚଡି ଟିଭି ମଡେଲରେ 1920x 1080 ପିକସଲ ରିଜୋଲୁସନ ବିଶିଷ୍ଟ ଏଲଇଡ଼ି ଡିଷ୍ପ୍ଲେ ମିଳିପାରିବ । ଏଥିରେ ୬୪ ବିଟ କ୍ଵାଡ଼ କୋର ପ୍ରୋସେସର ସହିତ ୧ ଜିବି ରାମ ଓ ୮ ଜିବି ଇଂଟରନାଲ ଷ୍ଟୋରେଜ ଫ୍ୟାସିଲିଟି ମିଳିପାରିବ । ଦୁଇଟି ଯାକ ମଡେଲ ଆଣ୍ଡ୍ରଏଡ଼ ୧୧ ଟିଭି ଓଏସ ଉପରେ ହିଁ କାମ କରିଥାଏ ଓ ଏଥିରେ ୨୪
ୱାଟ କ୍ଵାଡ଼ ଷ୍ଟିରିୟୋ ସ୍ପିକରସର ସପୋର୍ଟ ବି ମିଳିପାରିବ । ଏହି ବିଲଟ କ୍ରୋମକାଷ୍ଟ ଓ ଗୁଗୁଲ ଆସିଷ୍ଟାଣ୍ଟ ସପୋର୍ଟ ସହ ୟୁଏସବି ପୋର୍ଟସ, ଏଚଡ଼ିଏମଆଇ ପୋର୍ଟ ସମେତ ୩
.୫ ମିଲିମିଟର ହେଡ଼ଫୋନ ଜ୍ୟାକ ବି ମିଳିଥାଏ ।

ଏମିତିରେ ସ୍ମାର୍ଟ ଫୋନ ଦୁନିଆରେ Realmeର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହାର ଖୁବ ଲୋକପ୍ରିୟତା ବି ରହିଛି । କିନ୍ତୁ ଯଦି ଆପଣ ରିଆଲମିର ଦିୱାନା ତାହେଲେ କମ୍ପାନୀର ସ୍ମାର୍ଟ ଟିଭି ବି ଆପଣ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.