ଭଦ୍ରକ : ଠିକାଦାର ଦୁଆରେ ମୃତଦେହ ରଖି ଧାରଣା

ଭଦ୍ରକ (କେନ୍ୟୁଜ୍‌) : ଜଣେ ଯୁବକଙ୍କ ମୃତ୍ୟୁ ପଛରେ ଠିକାଦାରଙ୍କ ହାତ ଥିବା ଅଭିଯୋଗ କରି ତାଙ୍କ ଘର ଦୁଆରେ ମୃତ ଦେହ ରଖିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଏଭଳି ଘଟଣା ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଙ୍ଗାଳିସାହି ଗାଁରେ ଘଟିଛି।

ବଙ୍ଗାଳି ସାହି ଗ୍ରାମର ସଞ୍ଜୟ ଜେନା ସେହି ଗାଁର ଜଣେ ଯୁବକଙ୍କ ସହ କାମ ପାଇଁ କର୍ଣ୍ଣାଟକ ଯାଇଥିଲେ । ତେବେ ବାଙ୍ଗାଲୋର ସ୍ଥିତ ହସପେଟ ଠାରେ ଏକ ମାର୍ବଲ ପଲିସ୍‌ କମ୍ପାନୀରେ ଗ୍ରାନାଇଟ କଟିଂ ଅପରେଟର ଭାବେ କାମ କରୁଥିଲେ । ଗତ ୨୩ ତାରିଖ ଦିନ ସେଠାରେ କୌଣସି କାରଣକୁ ନେଇ ସଞ୍ଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଦେହକୁ ଏକ ଆମ୍ବୁଲାନ୍ସରେ ସଞ୍ଜୟଙ୍କ ଗାଁକୁ ପଠା ଯାଇଥିଲା । ତେବେ ମୃତ ଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ସଞ୍ଜୟଙ୍କ ମୃତ୍ୟୁ ପଛରେ ଠିକାଦାରଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ । ସେମାନେ ମୃତ ଦେହକୁ ଠିକାଦାରଙ୍କ ଘର ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । କ୍ଷତିପୂରଣ ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧିମାନେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସେମାନଙ୍କ ସବୁ ଚେଷ୍ଟା କରି ବିଫଳ ହୋଇଥିଲା । ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.