ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଅନଲାଇନରେ ହେବ କଟକ ଏସସିବି ମେଡିକାଲର ଓପିଡି ଟିକେଟ ବୁକିଂ

କଟକ(କେନ୍ୟୁଜ୍): ଅନଲାଇନରେ ଏସସିବି ଆଇଟଡୋର ଟିକେଟ ବ୍ୟବସ୍ଥା।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୁବ୍‌ଶୀଘ୍ର  ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।

ଧାଡିରେ ଛିଡା ନ ହୋଇ ଟିକେଟ କରି ପାରିବେ ରୋଗୀ। ମେ ୯ ତାରିଖରୁ ଏସସିବିରେ ଲାଗୁ ହେବ ଏହି ନୂଆ ବ୍ୟବସ୍ଥା।  eswasthya.odisha.gov.in  ପୋର୍ଟାଲରେ ମିଳି ପାରିବ ଓପିଡ଼ି ଟିକେଟ। ଘରେ ବସି ଯେକୋୖଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରି ହେବ। ଏସସିବି ରେଜିଷ୍ଟ୍ରାର ଆଡ଼ମିନିଷ୍ଟ୍ରେସନ ଅବିନାଶ ରାଉତଙ୍କ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.