ଏହି ଯୁବକଙ୍କୁ ଦେଖି ଆପଣ ଅନୁଭବ କରିପାରିବେ ନିଜ ଯନ୍ତ୍ରଣା, କିଛି ଏମିତି ଅଛି ଯାହାକୁ ଇଣ୍ଟରନେଟରେ ବାରମ୍ବାର ଦେଖୁଛନ୍ତି ଲୋକେ; ଦେଖନ୍ତୁ ଭାଇରଲ ଭିଡିଓ

ଝାଡୁ ଲଗାଇବା ବି ଗୋଟେ କଳା..କଣ ଠିକ ନା ? ସେଥିପାଇଁ ତ ଏଥିରେ ସମସ୍ତେ ମାହିର ହୋଇପାରନ୍ତି ନାହିଁ । କିଛି ଲୋକ ଧୂଳି ସଫା କରନ୍ତି ତ କିଛି ଲୋକ ଧୂଳି ଉଡାନ୍ତି । ତେବେ ଏହି ମାମଲାରେ ଜଣେ ବ୍ୟକ୍ତି ଏକ ଏପରି ଭିଡିଓ ବନାଇଛନ୍ତି ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି । ଏହି ଭିଡିଓଟି ଏବେ ଭାଇରଲ ହେବାରେ ଲାଗିଛି । ଇଣ୍ଟରନେଟରେ ବହୁତ ଲୋକ ଏହାକୁ ପସନ୍ଦ କରିବା ସହିତ ସେୟାର ମଧ୍ୟ କରି ଚାଲିଛନ୍ତି । କାରଣ ଏହି ଭିଡିଓରେ ଅନେକ ଲୋକ ନିଜ ଯନ୍ତ୍ରଣାକୁ ଅନୁଭବ କରିପାରୁଛନ୍ତି । କିପରି ଏବଂ କାହିଁକି ବୋଲି ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇ ପାରେ । ସେଥିପାଇଁ ଆପଣଙ୍କୁ ପ୍ରଥମେ ଭିଡିଓ ଦେଖିବାକୁ ପଡିବ ।
Ridiculously brilliant 🙌🏼 pic.twitter.com/tsPInyX3XI
— Venkatasubramanian (@venkattcv) August 13, 2020
ଏହି ଭିଡିଓକୁ ଭେଙ୍କାଟ ନାମକ ଜଣେ ଟ୍ୱିଟର ୟୁଜର ସେୟାର କରିଥିଲେ । ଯାହାକୁ ମାତ୍ର 4 ଦିନ ମଧ୍ୟରେ 10 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଆଉ ତା ସହିତ ଏହି ଭିଡିଓରେ ପବ୍ଲିକ ଖୁବ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି । ପ୍ରକୃତରେ ଏହି ଭିଡିଓକୁ କଣ୍ଟେଣ୍ଟ କ୍ରିଏଟର LMNOP ପ୍ରସ୍ତୁତ କରିଛନ୍ତି । ଯାହାଙ୍କର ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଅନେକ ଫଲୋର୍ସ ଅଛନ୍ତି ।