Below header

ବେଆଇନ ଭାବେ ଚାଲୁଥିଲା ବାଣ କାରଖାନା, ଏମିତି ଅଘଟଣ ଘଟିଲା ଦୋହଲିଲା ସାରା ଅଞ୍ଚଳ

ହୁ ହୁ ହୋଇ ଜଳିଉଠିଲା କାରଖାନା । ପ୍ରଚଣ୍ଡ ଶବ୍ଦକୁ ନିଆଁ । ଖେଳିଗଲା ଆତଙ୍କ । କିଏ କିଛି ବୁଝିବା ପୂର୍ବରୁ ଅନ୍ଧକାର ହୋଇଗଲା ସବୁକିଛି। ଜୀବନ ବିକଳରେ ଯିଏ ଯୁଆଡେ ପାଇଲେ ଦୌଡିବାକୁ ଲାଗିଲେ ।ମଧ୍ୟପ୍ରଦେଶର ବାଣ କାରଖାନାରେ ବିସ୍ଫୋରଣ । ହରଦାରେ ଥିବା ଏକ ବଡ ବାଣ କାରଖାନାରେ ବିସ୍ଫୋରଣ ଘଟିଥିବା ଜଣାପଡିଛି ।

ମଧ୍ୟପ୍ରଦେଶ: ହୁ ହୁ ହୋଇ ଜଳିଉଠିଲା କାରଖାନା । ପ୍ରଚଣ୍ଡ ଶବ୍ଦକୁ ନିଆଁ । ଖେଳିଗଲା ଆତଙ୍କ । କିଏ କିଛି ବୁଝିବା ପୂର୍ବରୁ ଅନ୍ଧକାର ହୋଇଗଲା ସବୁକିଛି। ଜୀବନ ବିକଳରେ ଯିଏ ଯୁଆଡେ ପାଇଲେ ଦୌଡିବାକୁ ଲାଗିଲେ ।ମଧ୍ୟପ୍ରଦେଶର ବାଣ କାରଖାନାରେ ବିସ୍ଫୋରଣ । ହରଦାରେ ଥିବା ଏକ ବଡ ବାଣ କାରଖାନାରେ ବିସ୍ଫୋରଣ ଘଟିଥିବା ଜଣାପଡିଛି ।

ତେବେ ସବୁଠାରୁ ଦୁଃଖର ଘଟଣା ଏହି ବିସ୍ଫୋରଣରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଏଥିରେ ଅନେକ ଲୋକ ଫସିଥିବା କୁଯାଯାଉଥିବାବେଳେ, ଏପଟେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଆଖପାଖରେ ଥିବା ୫୦ରୁ ଅଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନିଜ ଜୀବନ ବଞ୍ଚାଇବାକୁ ଲୋକେ ଏତେ ତେଣେ ଦୌଡୁଥିବା ଦେଖିବାକୁ ମିଳିଛି ।

ତେବେ କାରଖାନାଟି ଦୀର୍ଘଦିନରୁ ବେଆଇନ ଭାବେ ଚାଲୁଥିଲା । ପ୍ରାୟ ୧୫୦ରୁ ଅଧିକ ଲୋକ କାରଖାନାରେ କାମ କରୁଥିଲେ, ଏହି ଘଟଣାରେ କାମ କରୁଥିବା ପ୍ରାୟ ସଭିଏଁ ଆହତ ହୋଇଛନ୍ତି । କାରଖାନାରେ ବିପୁଳ ମାତ୍ରାରେ ବାରୁଦ ଓ ବିସ୍ଫୋରକ ସାମଗ୍ରୀ ଭରି ହୋଇ ରହିଥିଲା । ଯେଉଁଥି ପାଇଁ କିଛି ସମୟ ବ୍ୟବଧାନରେ ଏଠାରେ ବିସ୍ଫୋରଣ ହୋଉଥିବା ଶବ୍ଦ ଶୁଣିବାକୁ ମିଳିଛି । ଏହି କାରଣ ଯୋଗୁ ନିଆଁକୁ କାବୁ କରିବା ଏକ ପ୍ରକାରର ଅସମ୍ଭବ ହୋଇପଡିଛି । ସେହିପରି ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଧୂଆଁ ବ୍ୟାପି ଯାଇଥିବାବେଳେ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ଏହି ଅଘଟଣ ପରେ ଉକ୍ତ ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ମାଟି ତଳେ ଅନେକ ଦବି ଥିବା ଆଶଙ୍କା କରାଯାଉଛି । ଘଟଣା ପରେ ହରଦାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ନର୍ମଦାପୁରମରେ ୬ଟି ଦମକଳ ଗାଡି ଏବଂ ୪ଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାମ ଜାରି ରଖାଯାଇଛି ।

ଏଭଳି ଏକ ବଡ ଅଘଟଣ ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ଅଧିକାରୀଙ୍କୁ ସମସ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫର ଟିମ୍ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଆଁ ଲାଗି ଆହତ ହୋଇଥିବା ପ୍ରାୟ ୬୦ରୁ ଅଧିକ ଲେକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.