Below header

ଦୀପ ନା ଧୂପ ! ଜାଣନ୍ତୁ କେଉଁଥିରେ ପୂଜା କରିବା ହୋଇଥାଏ ଶୁଭ

ସକାଳ ଓ ସନ୍ଧ୍ୟାରେ ପୂଜା କରିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଅନେକ ଲୋକ ଦେବତା ଏବଂ ଦେବୀଙ୍କ ପୂଜାରେ ଦୀପ ସହିତ ଧୂପକାଠି ମଧ୍ୟ ଜଳାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଧୂପକାଠି ଜାଳିବା କାହିଁକି ଅଶୁଭ ହୋଇଥାଏ ?

ହିନ୍ଦୁ ଧର୍ମରେ ଘରେ ଘରେ ପୂଜା କରିବାର ପରମ୍ପରା ରହିଛି । ପୂଜା ସମୟରେ ଅନେକ ଜିନିଷ ବ୍ୟବହାର କରାଯାଏ । ପୂଜା ସମୟରେ କିଛି ଲୋକ ଦୀପ ଜାଳୁଥିବା ବେଳେ କିଛି ଲୋକ ଧୂପକାଠି ବ୍ୟବହାର କରନ୍ତି । ଧର୍ମ ଶାସ୍ତ୍ରରେ ପୂଜା ସମୟରେ ଧୂପକାଠି ଜାଳିବା ଶୁଭ ବୋଲି ମାନନ୍ତି ନାହିଁ ଏବଂ ସେଥିପାଇଁ ଦୀପ ଜାଳିବାର ପରମ୍ପରା ଅଛି । ସକାଳ ଓ ସନ୍ଧ୍ୟାରେ ପୂଜା କରିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଅନେକ ଲୋକ ଦେବତା ଏବଂ ଦେବୀଙ୍କ ପୂଜାରେ ଦୀପ ସହିତ ଧୂପକାଠି ମଧ୍ୟ ଜଳାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଧୂପକାଠି ଜାଳିବା କାହିଁକି ଅଶୁଭ ହୋଇଥାଏ ? ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ଧାର୍ମିକ ଏବଂ ବୈଜ୍ଞାନିକ କାରଣ ।

ଦୀପ ବା ଧୂପ ଜାଳିବା ଶୁଭ ହୋଇଥାଏ କି ?
ଧାର୍ମିକ ବିଶ୍ୱାସ ଅନୁଯାୟୀ ପୂଜା ସମୟରେ ଘିଅ କିମ୍ବା ତେଲ ଦୀପ ଜାଳିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକରାତ୍ମକ ଶକ୍ତି ସକ୍ରିୟ ହୋଇଥାଏ । ଦୀପର ଧୂଆଁ ପରିବେଶରେ ଥିବା କ୍ଷତିକାରକ ଜୀବାଣୁ କୁ ନଷ୍ଟ କରିଥାଏ । ସାଧାରଣତଃ ପୂଜାରେ ବ୍ୟବହାର ହେଉଥିବା ଧୂପ ବାଉଁଶ କାଠରୁ ତିଆରି ହୋଇଥାଏ । ହିନ୍ଦୁ ଧର୍ମରେ ବାଉଁଶ ଜାଳିବା ଅଶୁଭ ବୋଲି କୁହାଯାଏ ।

ହିନ୍ଦୁ ଶାସ୍ତ୍ରରେ ପୂଜାପାଠ ରୀତିନୀତିରେ କୌଣସି ସ୍ଥାନରେ ଧୂପ ଜାଳିବା ବିଷୟରେ ଲେଖା ନାହିଁ । ଶାସ୍ତ୍ର ଅନୁଯାୟୀ ବାଉଁଶରେ ନିର୍ମିତ ଧୂପକାଠି ଜାଳିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ । ଏହା ବ୍ୟତୀତ ଜଣେ ବ୍ୟକ୍ତିଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼େ । ତେଣୁ ଧୂପକାଠି ବଦଳରେ ଦୀପ ବ୍ୟବହାର କରିବା ପାଇଁ କୁହାଯାଇଥାଏ ।

ପୂଜା ସମୟରେ ବାଉଁଶ ଜାଳିବା ଦ୍ୱାରା ବଂଶ ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ଏବଂ ଏହା ମଧ୍ୟ ପିତୃ ଦୋଷ ସୃଷ୍ଟି କରିଥାଏ । ପୂଜା ସମୟରେ ବାଉଁଶରେ ନିର୍ମିତ ଧୂପ କାଠି କେବେ ମଧ୍ୟ ଜଳାଇବା ଉଚିତ୍ ନୁହେଁ । ପୂଜା ସମୟରେ ଦୀପ ଜାଳିବା ଶୁଭ ବୋଲି ଲୋକମାନେ ମାନିଥାନ୍ତି ।
ହିନ୍ଦୁ ଧର୍ମ ଅନୁସାରେ ବିବାହ, ବ୍ରତଘର ଏବଂ ଅନ୍ୟାନ୍ୟ ହୋମଯଜ୍ଞ ଇତ୍ୟାଦିରେ ବାଉଁଶ ପୂଜା କରାଯାଏ ଏବଂ ବିବାହର ମଣ୍ଡପ କେବଳ ବାଉଁଶରୁ ତିଆରି ହୋଇଥାଏ । ସେଥିପାଇଁ ପୂଜା ସମୟରେ ବାଉଁଶରେ ପ୍ରସ୍ତୁତ ହୋଇଥିବା ଧୂପକାଠି ଜାଳିବା ନିଷେଧ ହୋଇଥାଏ । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଧୂପ କାଠି ବାଉଁଶ ଏବଂ ରାସାୟନିକ ପଦାର୍ଥରୁ ନିର୍ମିତ, ଯାହାର ଧୂଆଁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଏହାର ଧୂଆଁ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ପୂଜା ସମୟରେ ଧୂପକାଠି ଜାଳିବା ପାଇଁ ମନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.