ବାହା ମଣ୍ଡପରେ ଲାଗିଗଲା ଭୀଷଣ ନିଆଁ, ତଥାପି ଲୋକେ ନେଲେ ଭୋଜିର ମଜା: ଭିଡିଓ ଭାଇରଲ

ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଦ୍ରୁତଗତିରେ ଭାଇରଲ ହେଉଛି ଏହି ଭିଡିଓ। ଯେଉଁଥିରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ଭୟ କରିବେ ନିଶ୍ଚିତ କିନ୍ତୁ ହସି ହସି ମଧ୍ୟ ଗଢିଯିବେ। ଭାଇରଲ ହେଉଥିବା ଏହି ଭିଡିଓକୁ ଟିକେ ଦେଖନ୍ତୁ, ଏକ ବିବାହ ମଣ୍ଡପରେ ଭୀଷଣ ନିଆଁ ଲାଗିବା ସତ୍ତ୍ୱେ ମଧ୍ୟ ଏଠାରେ ଥିବା ଲୋକଙ୍କ ଉପରେ କୌଣସି ଫରକ ପଡୁନାହିଁ। ଭୀଷଣ ନିଆଁ ଲାଗିଥିବା ସତ୍ତ୍ୱେ ଲୋକ ଏଠାରେ ବହୁତ ଆରାମରେ ବସି ବାହାଘର ଖାଇବାର ମଜା ନେଉଛନ୍ତି। ଏହି ଭିଡିଓ ମହାରାଷ୍ଟ୍ର ଥାନେର ରହିଛି।

ରବିବାର ଦିନ ରାତିରେ ଥାନେର ଅନସାରୀ ମ୍ୟାରେଜ ହଲରେ ହଠାତ୍‌ ନିଆଁ ଲାଗିଗଲାଣି। ଆଉ ଏହି ନିଆଁ ଯୋଗୁଁ ବିବାହ ମଣ୍ଡପ ମାଲିକଙ୍କର ଅନେକ କ୍ଷତି ମଧ୍ୟ ହୋଇଛି। ମ୍ୟାରେଜ ହଲରେ ନିଆଁ ଲାଗିବା ସମୟରେ ହଲ୍‌ରେ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଥିଲା। କିନ୍ତୁ ଏଥିରେ କାହାର ମୃତାହତ ହୋଇନାହାନ୍ତି।

କିନ୍ତୁ ଭାଇରଲ ହେଉଥିବା ଏହି ଭିଡିଓରେ ମଣ୍ଡପରେ ଭୀଷଣ ନିଆଁ ଲାଗିଥିବା ସତ୍ତ୍ୱେ ଏଠାରେ ଉପସ୍ଥିତ ଥିବା ଲୋକ ଦୌଡଧାପଡ ନ କରି ମନ ମୁତାବକ ଖାଦ୍ୟ ଖାଉଛନ୍ତି। ଅଧିକାଂଶ ଲୋକ ଚାହୁଁଥିଲେ କି, ଯେପରି ନିଆଁ ଅଧିକ ଲାଗିବା ପୂର୍ବରୁ ସେମାନେ ଖାଇପିଇ ବାହାରକୁ ଯିବେ। ଏହାକୁ ଦେଖି କେହି ଭୟ ମଧ୍ୟ କରୁନଥିଲେ। ସମସ୍ତେ ଖାଦ୍ୟର ମଜା ଉଠାଉଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ୟୁଜର୍ସ କଡା ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, ବିବାହ ମଣ୍ଡପରେ ଲାଗିଥିବା ନିଆଁ ଯୋଗୁଁ ସଂପୂର୍ଣ୍ଣ ମଣ୍ଡପ ପୋଡି ଛାରଖାର ହୋଇଯାଇଥିଲା। ଆଉ ବରକନ୍ୟାକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ନିଆଁ ଲିଭାଇବାକୁ କଠିନ ପରିଶ୍ରମ କରିବାକୁ ପଡିଥିଲା।, ଦମକଳ ବାହିନୀର ୬ଟି ଗାଡିର ଏହି ନିଆଁକୁ ଲିଭାଇବା ପାଇଁ ଲାଗିଥିଲେ। ଅତିକମ୍‌ରେ ନିଆଁ ଲିଭାଇବାକୁ ୩ ଘଣ୍ଟା ଲାଗିଥିଲା। କିନ୍ତୁ ନିଆଁ କ’ଣ ପାଇଁ ଲାଗିଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣାର ଯାଞ୍ଚ ପୋଲିସ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.