ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ ଆର ହରିକୁମାର

ନୂଆଦିଲ୍ଲୀ : ନୌସେନା କମାଣ ସମ୍ଭାଳିଲେ ଆଡମିରାଲ ଆର ହରି କୁମାର। ଆଡମିରାଲ କର୍ମବୀର ସିଂଙ୍କ ସ୍ଥାନ ନେଲେ ହରି କୁମାର। ନୌସେନାର ଦାୟିତ୍ୱ ସମ୍ଭାଳିବା ପରେ ସେ ନିଜ ମା’ଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଛନ୍ତି। ସମୁଦ୍ର ସୀମା ସୁରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି କହିଛନ୍ତି । ପୂର୍ବରୁ ସେ ନୌସେନାର େଓ୍ଵଷ୍ଟର୍ଣ୍ଣ ନାଭାଲ କମାଣ୍ଡର କମାଣ୍ଡିଂ-ଇନ- ଚିଫ ପଦରେ କାର୍ଯ୍ୟରତ ଥିଲେ।

ସୂଚନା ଯୋଗ୍ୟ ଆର ହରିକୁମାରଙ୍କ ଜନ୍ମ ୧୯୬୨ ଏପ୍ରିଲ ୧୨ ତାରିଖରେ ହୋଇଥିଲା । ୧୯୮୩ ଜାନୁଆରୀ ପହିଲାରେ ସେ ନୌସେନାର କାର୍ଯ୍ୟକାରୀ କମିଶନ ଭାବେ ଯୋଗ ଦେଇଥିଲେ । ପାଖା ପାଖି ୩୯ ବର୍ଷର ଚାକିରୀ କାଳରେ ସେ କମାଣ୍ଡ, ଷ୍ଟାଫ ଓ ଅନେକ ଗୁଁରୁତ୍ୱପୂର୍ଣ୍ଣ ପଦରେ ରହି ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିଛନ୍ତି । ଏବେ ସେ ନୌସେନାର ପ୍ରମୁଖ ପଦରେ ଅବସ୍ଥାପିତ ହୋଇଛନ୍ତି ।

ଆର ହରିକୁମାରଙ୍କ ଶିକ୍ଷାଗତ ଯୋଗ୍ୟତା କଥା କୁହାଗଲେ ସେ ନେଭାଲ ବାର କଲେଜ, ୟୁଏସ, ଆର୍ମି, ମହୁ ଓ ରୟାଲ କଲେଜ ଅଫ୍ ଡିଫେନ୍ସ ଷ୍ଟଡିଜ, ଓ ଆମେରିକାରେ ମଧ୍ୟ କୋର୍ସ କରିଛନ୍ତି । ତାଙ୍କୁ ପରମ ବିଶିଷ୍ଠ ସେବା ମେଡାଲ, ଅତି ବିଶିଷ୍ଠ ସେବା ମେଡାଲ ଓ ବିଶିଷ୍ଠ ସେବା ପଦକ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.