Below header

ବେଲୁନ ସାହାଯ୍ୟରେ ୨୫,୦୦୦ ଫୁଟ ଉପରେ ଉଡ଼ିଲେ ଯୁବକ, ୟୁଟ୍ୟୁବରେ ଭାଙ୍ଗିଲେ ସବୁ ରେକର୍ଡ

ଆପଣ ଅନେକ ସମୟରେ ମଣିଷକୁ ଆକାଶ ଛତା ବା ପ୍ୟାରାସୁଟ ସାହାଯ୍ୟରେ ଆକାଶରେ ଉଡୁଥିବାର ଦେଖିଥିବେ, କିନ୍ତୁ କେବେ କେଉଁ ମଣିଷକୁ ବେଲୁନ ସାହାଯ୍ୟରେ ଆକାଶର ଉଡୁଥିବାର ଦେଖିଛନ୍ତି କି ? ନିକଟରେ ଆମେରିକାର ଡେଭିଡ ବ୍ଲାଇନ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ କରିଛନ୍ତି । ସେ ବେଲୁନ ସାହାଯ୍ୟରେ ୨୫ ହଜାର ଫିଟ ଉଚ୍ଚତା ପର୍ଯ୍ୟନ୍ତ ଉଡୁଥିବାର ନଜର ଆସିଥିଲେ । ଆମେରିକାର ଏରିଜାନାରେ ବୁଧବାର ଦିନ ସେ ଏହି ଭୟଙ୍କର କରତବ କରିଥିଲେ । ସେ ଏହି ଷ୍ଟଣ୍ଟକୁ ସେ Ascension ନାମ ଦେଇଛନ୍ତି । ୪୭ ବର୍ଷିୟ ଡେଭିଡ ଏହି ଷ୍ଟଣ୍ଟକୁ କରିଲା ପରେ ଖୁବ ଖୁସି ହୋଇଥିଲେ ଓ ସତେ ଯେମିତି ସେ ଗୋଟେ ଯାଦୁ ସାହାଯ୍ୟରେ ଆକାଶରେ ଉଡୁଛନ୍ତି ବୋଲି କହିଥିଲେ । ତେବେ ଡେଭିଡଙ୍କ ଏହି ଷ୍ଟଣ୍ଟ କରିବା ପଛରେ ସମ୍ପୂର୍ଣ୍ଣ ଗୋଟିଏ ଟିମ ତାଙ୍କୁ ସାହାଯ୍ୟ କରିଥିଲେ ।

video courtesy “David Blaine Ascension”

୨୫ ହଜାର ଫିଟ ଉପରକୁ ଯାଇ ସେ ବେଲୁନକୁ ଛାଡି ଦେଇଥିଲେ ଓ ପ୍ୟାରାସୁଟ ସାହାଯ୍ୟରେ ତଳକୁ ଲ୍ୟାଣ୍ଡ କରିଥିଲେ । ଏହାର ଉଚ୍ଚତା ଏକ ଏୟାରପ୍ଲେନର ଉଚ୍ଚତା ସହିତ ସମାନ ଥିଲା । ଆମେରିକାର ଡାଭିଡ ବ୍ଲାଇନ ଜଣେ ଯାଦୁଗର ସହିତ ଜଣେ ଏକ୍ସଟ୍ରିମ ପର୍ଫୋମର ମଧ୍ୟ । ସେ ଏହିଭଳି ଅନେକ ଭୟଙ୍କର ଷ୍ଟଣ୍ଟ କରିଥାନ୍ତି ଯାହା ବିଷୟରେ ଆପଣ କେବେ ଶୁଣି ବି ନ ଥିବେ । ଏହା ପୂର୍ବରୁ ଟାଇମ୍ସ ଷ୍କୋୟାରରେ ସେ ୨ ୩ ଦିନ ପର୍ଯ୍ୟନ୍ତ ଅର୍ଥାତ ପାଖାପାଖି ୬୩ ଘଣ୍ଟା ପର୍ଯ୍ୟନ୍ତ ବରଫରେ ବ୍ଲକ ହୋଇ ରହିଥିଲେ ଓ ନିଜର ଏହି ଷ୍ଟଣ୍ଟକୁ ଡେଭିଡ ଲାଇଭଷ୍ଟ୍ରିମ କରିଥିଲେ । ତାଙ୍କର ଏହି ଲାଇଭ ଷ୍ଟ୍ରିମକୁ ସବୁଠାରୁ ଅଧିକ ଦର୍ଶକ ଦେଖିଥିଲେ । ଡେଭିଡ ତାଙ୍କର ସମସ୍ତ ଷ୍ଟଣ୍ଟ କରିବା ପାଇଁ ଖୁବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.