Below header

ଆଶ୍ଚର୍ଯ୍ୟ ! ଭାରତରେ ସାତ ମାସରେ ୩୬୦୦ କିଲୋମିଟର ପାଦରେ ଚାଲିଲେ ଏହି ବିଦେଶୀ ପର୍ଯ୍ୟଟକ

ପୃଥିବୀରେ ଅନେକ ପ୍ରକାରର ଲୋକ ଅଛନ୍ତି, ସମସ୍ତଙ୍କର ଭିନ୍ନ ଭିନ୍ନ ଇଚ୍ଛା ରହିଥାଏ ବା ସେମାନେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ବେଶି ଭଲ ପାଇଥାନ୍ତି । ସେହିପରି ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯିଏ ବୁଲିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହିଭଳି ବ୍ୟକ୍ତିଙ୍କୁ ପୃଥିବୀର ସମସ୍ତ ସ୍ଥାନ ବୁଲି ଦେଖିବାକୁ ଭଲ ଲାଗିଥାଏ । ସେହିପରି ୟୁରୋପର ଏଷ୍ଟୋନିଆରେ ରହୁଥିବା ମେଇଗୋ ର୍ମାକ ଦୁନିଆକୁ ବୁଲି ବୁଲି ଦେଖିବାକୁ ପସନ୍ଦ କରନ୍ତି । ତେବେ ୨୦୧୪ ମସିହାରେ ମେଇଗୋ ନିଜକୁ ନିଜେ ଏକ ଚ୍ୟାଲେଞ୍ଜ କରିଥିଲେ ।ସେହି ଚ୍ୟାଲେଞ୍ଜରେ ସେ ପାଦରେ ଚାଲି ସମ୍ପୂର୍ଣ୍ଣ ପୃଥିବୀକୁ ବୁଲି ଦେଖିବାକୁ ସ୍ଥିର କରିଥିଲେ । ନିକଟରେ ସେ ରେଡିଟରେ ନିଜ ଭାରତ ଭ୍ରମଣ ସର୍ମ୍ପକରେ ଲେଖିଥିଲେ ।

ମାର୍କ ଏକା ୩୬୦୦ କିଲୋ ମିଟର ପଦଯାତ୍ରା କରି ଭାରତର ଭ୍ରମଣ କରିଥିଲେ । ଏହି ଯାତ୍ରା କରିବା ପାଇଁ ତାଙ୍କୂୁ ୭ ମାସ ସମୟ ଲାଗିଥିଲା । ପାଞ୍ଚବର୍ଷ ପୂର୍ବେ ସେ ଏହି ଯାତ୍ରା କରିଥିଲେ ଓ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ମାର୍କ ନିଜ ଭାରତ ଯାତ୍ରା ସମୟରେ ୩୫ଜଣ ସ୍ଥାନୀୟ ବାସିନ୍ଦା ପରିବାରଙ୍କ ସାଥିରେ ରହିଥିଲେ । ଏହା ବ୍ୟତିତ ସେ ବାହାରେ କ୍ୟାମ୍ପ ଲଗାଇ ମଧ୍ୟ ରହିଥିଲେ । ଅନେକ ସମୟରେ ତାଙ୍କୁ ଏହି ଅବସ୍ଥାରେ ରହୁଥିବାର ଦେଖି ତାଙ୍କୁ କୁକୁର ମାନେ ହୈରାଣ ମଧ୍ୟ କରୁଥଲେ । ଆସାମ ପୁଲିସ ତାଙ୍କର ଏହି ପଦ ଯାତ୍ରାରେ ତାଙ୍କୁ ସୁରକ୍ଷା ଦେଇଥିଲେ ।

mark2ଭାରତର ଅନେକ ସ୍କୁଲରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ମାର୍କ କହିଥିଲେ । ସେ ରହିଥିବା ପ୍ରତ୍ୟେକ ସହରର ସ୍କୁଲ କୁ ଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବା ସହ ତାଙ୍କୁ ଶିକ୍ଷା ମଧ୍ୟ ଦେଇଥିଲେ । ଏହା ସହିତ ଭାରତରେ ସେ ଅନେକ ପର୍ବ ମଧ୍ୟ ପାଳନ କରିଛନ୍ତି ।
ତେବେ ମାର୍କଙ୍କ ଏହି ଯାତ୍ରାରେ ତାଙ୍କ ଦେହର ଓଜନ କମ୍‌ ହୋଇନଥିଲା କାରଣ ସେ ତାଙ୍କ ଯାତ୍ରା ସମୟରେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ଖାଦ୍ୟର ସ୍ୱାଦ ଚାଖୁଥିଲେ। ସେ ପାଦରେ ଚାଲି ଭ୍ରମଣ କରୁଥିଲେ ମଧ୍ୟ ସେ ବହୁତ ଅଧିକ ଖାଉଥିଲେ । ଏହି କାରଣ ଯୋଗୁଁ ଚାରି ବର୍ଷରେ ୨୨ ଦେଶ ପାଦରେ ଯାତ୍ରା କରି ମଧ୍ୟ ତାଙ୍କର ମାତ୍ର ୭ରୁ ୮ କିଲୋ ଓଜନ କମ୍‌ ହୋଇଥିଲା ।

ମାର୍କଙ୍କ ଯାତ୍ରାରେ ତାଙ୍କୁ ଏକ ବର୍ଷରେ ୩୦୦୦, ୩୬୦୦ ୟୁରୋ ଅର୍ଥାତ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ପୁରା ଦୁନିଆକୁ ପାଦରେ ଚାଲି ଭ୍ରମଣ କରିବାର ଲକ୍ଷ ରଖିଛନ୍ତି ର୍ମାକ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୦୦୦୦ କିଲେମେିଟର ଚାଲି ୨୨ ଟି ଦେଶ ଯାତ୍ରା କରିଛନ୍ତି ଓ ଏହାକୁ ସେ ୪ ବର୍ଷରେ ସମ୍ପୂର୍ଣ୍ଣ କରିଥିଲେ । ମାର୍କଙ୍କ ଏହିଭଳି ରୋମାଞ୍ଚକ କାର୍ଯ୍ୟ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.