Below header

ବନ୍ଦ ହୋଇଯାଇଥିବା ପଲିସିକୁ ଚଳାଇବା ପାଇଁ ଏଲ୍‌ଆଇସି ଦେଲା ଆଉ ଏକ ସୁଯୋଗ, ଅକ୍ଟୋବର ୯ ଭିତରେ ଏମିତି କରିପାରିବେ ପଲିସିକୁ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ଯଦି କୈାଣସି କାରଣରୁ ଆପଣଙ୍କ ପଲିସି ବନ୍ଦ ହୋଇଯାଇଛି । ପୁଣି ଥରେ ଏହାକୁ ଆପଣ କରିପାରିବେ କାର୍ଯ୍ୟକ୍ଷମ । ଏପରି ସୁଯୋଗ ଆଣି ଦେଇଛି ଏଲ୍‌ଆଇସି । ଭାରତୀୟ ଜୀବନ ବୀମା ନିଗମ ବନ୍ଦ ହୋଇଥିବା ପଲିସିକୁ ଚଳାଇବା ପାଇଁ ଦେଇଛି ଏକ ବଡ଼ ସୁଯୋଗ । ପଲିସି ହୋଲ୍ଡରମାନେ ବନ୍ଦ ହୋଇଯାଇଥିବା ପଲିସିକୁ ଅକ୍ଟୋବର ୯ ତାରିଖ ସୁଦ୍ଧା ପୁନଃ କାର୍ଯ୍ୟକ୍ଷମ କରି ପାରିବେ ।

ତେବେ ଲେଟ୍‌ ଫିଜ୍‌ ଉପରେ ପଲିସି ହୋଲ୍ଡରମାନେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ ବୋଲି ଏଲ୍‌ଆଇସି ପ୍ରକାଶ କରିଛି । ଏହି ସୁଯୋଗ ଅନୁସାରେ ପ୍ରିମିୟମ ଦେବାର ୫ ବର୍ଷ ଭିତରେ ଯଦି କୈାଣସି ପଲିସି ବନ୍ଦ ହୋଇଯାଇଥାଏ ତେବେ ତାହାକୁ କାର୍ଯ୍ୟକ୍ଷମ କରିପାରିବେ । ଲେଟ୍‌ ଫିଜ୍‌ ଉପରେ ପଲିସି ହୋଲ୍ଡରମାନେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେଟ୍‌ ଫିଜ୍‌ ଦେୟ ଉପରେ ୨୦ ପ୍ରତିଶତ ରିହାତି । ସେହିପରି ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଲେଟ୍‌ ଫିଜ୍‌ ଉପରେ ୨୦ ପ୍ରତିଶତ ରିହାତି ଓ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲେଟ୍‌ ଫିଜ୍‌ ଉପରେ ୩୦ ପ୍ରତିଶତ ରିହାତି ମିଳିବ ବୋଲି ଏଲ୍‌ଆଇସି ପ୍ରକାଶ କରିଛି । ଅଧିକ ବିବରଣୀ ପାଇଁ ଏଲ୍‌ଆଇସି ସହ ଯୋଗାଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.