ଫେମସ Rapper ରଫତାରଙ୍କୁ କରୋନା, ରିପୋର୍ଟ ଦେଖି କହିଲେ, ‘ବୋଧ ହୁଏ ଟେକ୍ନିକ ଗଡ଼ବଡ଼ ଅଛି’

ପ୍ରସିଦ୍ଧ Rapper ତଥା ସଙ୍ଗୀତକାର ରଫତାରଙ୍କୁ କରୋନା ହୋଇଛି। ନିକଟରେ ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ରଫତାର ନିଜକୁ ହୋମ ଆଇସୋଲେଟ କରିଛନ୍ତି। ତେବେ ରଫତାର କହିଛନ୍ତି, ‘ମୋଠାରେ ଏବେ କରୋନାର କୌଣସି ଲକ୍ଷଣ ନଜର ଆସିନାହିଁ। ହୁଏତ ଟେକ୍ନୋଲୋଜିରେ କିଛି ଗଡ଼ବଡ଼ ହୋଇଥାଇପାରେ। କାରଣ, ମୁଁ ତ ନିଜକୁ ଫିଟ ଏବଂ ଫାଇନ ଅନୁଭବ କରୁଛି’।

z

ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫ୍ୟାନମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତି, ‘ମୁଁ ଆପଣଙ୍କ ସହିତ ଏକ ଖବର ସେୟାର କରିବାକୁ ଚାହୁଁଛି। ମୋତେ ରୋଡିଜରେ ଯିବାର ଥିଲା। ଏଥିପାଇଁ ମୋତେ କୋଭିଡ-୧୯ର ଟେଷ୍ଟ କରେଇବାକୁ ପଡିଥିଲା। ପ୍ରଥମ ଦୁଇଟି ପରୀକ୍ଷଣରେ ମୋ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଆଜି ରିପୋର୍ଟ ପଜିଟିଭ ଆସିଛି। ବିଏମସି ମୋତେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ମୁଁ ଘରେ ନିଜକୁ ଆଇସୋଲେସନ କରିନେଇଛି’।

ରଫତାରଙ୍କ ଠୁ ଏଭଳି ଖବର ଶୁଣି ଫ୍ୟାନମାନେ ତାଙ୍କ ଆରୋଗ୍ୟ କାମନା କରିଥିଲେ। ରଫତାର ଆହୁରି କହିଥିଲେ କି, ‘ଚିନ୍ତା କରନ୍ତୁ ନାହିଁ। ମୁଁ ମୋ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ଚାଲିବି। ମୁଁ ମୋ ନିଜର ଯତ୍ନ ନେବି। ଆପଣମାନେ ମଧ୍ୟ ନିଜର ଯତ୍ନ ନିଅନ୍ତୁ’। ସୂଚନାଥାଉ କି, ଏହି Rapper ‘ତମଞ୍ଚେ ପେ ଡିସ୍କୋ’, ‘ତୁ ମେରା ଭାଇ ହେ’ ଏବଂ ‘ସ୍ୱରାଗ ମେରା ଦେଶୀ’ ଭଳି ଗୀତ ମାଧ୍ୟମରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.