Below header

ବଲିଉଡ ଅଭିନେତା ପରେଶ ରାୱଲ “ନ୍ୟାସନାଲ ସ୍କୁଲ ଡ୍ରାମା”ର ଅଧ୍ୟକ୍ଷ ନିଯୁକ୍ତ

ପ୍ରଖ୍ୟାତ ବଲିଉଡ ଅଭିନେତା ତଥା ଭାଜପାର ପୂର୍ବତନ ସାଂସଦ ପରେସ ରାୱଲ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଆଜି ଏବାବଦରେ ସୂଚନା ଦେଇଛନ୍ତି । ଶ୍ରୀ ପଟେଲ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତିକି, ବଲିଉଡ ଜଗତର ଖ୍ୟାତନାମା ତଥା ବରିଷ୍ଠ କଳାକାର ପରେଶ ରାୱଲଙ୍କୁ ଏନଏସଡି ବା ନ୍ୟାସନାଲ ସ୍କୁଲ ଅଫ ଡ୍ରାମା”ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ତାଙ୍କ ପ୍ରତିଭାର ଲାଭ ଦେଶର ଅନ୍ୟ କଳାକାର ଓ ଛାତ୍ର ମାନଙ୍କୁ ମିଳିପାରିବ । ଏଥିପାଇଁ ତାଙ୍କୁ ବିଭାଗ ତରଫରୁ ତାଙ୍କୁ ଅଶେଷ ଶୁଭେଚ୍ଛା ।”

ନିଜେ ପରେଶ ବି ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । କହିରଖିବା ଉଚିତ ହେବାଯେ, ପରେଶ ରାୱଲ ଅନ୍ଦାଜ ଅପନା ଅପନା, ଛାଚି 420, ହେରାଫେରି, ନାୟକ, ଆଁଖେଂ, ଆଵାରା ପାଗଳ ଦିବାନା, ହଂଗାମା, ହଲଚର, ଦିବାନା, ଗରମ ମସଲା, ଫିର ହେରା ଫେରି ପରି ଲୋକପ୍ରିୟ ସିନେମାରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.