Below header

ଶ୍ରାବଣ ମାସ: କାଉଡିଆଙ୍କ ମଧ୍ୟରେ ମୋଦି-ଯୋଗୀ ଟି-ଶାର୍ଟର ଧୁମ୍, ଜାଣନ୍ତୁ କେଉଁଠି ବେଶି ଡିମାଣ୍ଡ

ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ। ଶିବ ଭକ୍ତମାନେ ପାଣି ଭାର ନେଇ ଭୋଳାବାବାଙ୍କ ପାଖକୁ ବାହାରି ପଡ଼ିଲେଣି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାଉଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଖାସ୍ କଥା ହେଉଛି ଏଥର କାଉଡ଼ିଆମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ନିଜର ଭଲ ପାଇବା ଦେଖାଇଛନ୍ତି। ସେମାନଙ୍କ ଛବି ଥିବା ଟି-ଶାର୍ଟ ପିନ୍ଧି ଶିବ ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି। ତେବେ ଏହି ଗେରୁଆ ରଙ୍ଗର ଟି-ଶାର୍ଟ ଚଳିତବର୍ଷ ବେଶ୍ ଲୋକପ୍ରିୟ ହୋଇଯାଇଛି।

modi modiji

ଭଗବାନ ଶିବଙ୍କ ନିବାସ ସ୍ଥଳ ବାରାଣସୀରେ ପ୍ରଥମେ ଏଭଳି ଟି-ଶାର୍ଟ ବିକ୍ରି ହେବା ଆରମ୍ଭ ହୋଇଥିଲା। ସୂଚନାଥାଉ କି, ବାରାଣସୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର। ସେଠାକାର ଜଣେ ଦୋକାନୀ ବିଜୟ ଅଗ୍ରୱାଲ କୁହନ୍ତି, ‘ଅଧିକ ଡିମାଣ୍ଡ ହେତୁ ଆମେ ଏହି ଟି-ଶାର୍ଟଗୁଡ଼ିକୁ ରାଜ୍ୟର ସମସ୍ତ ଜିଲାକୁ ପଠାଉଛୁ। ଆଗେ କାଉଡିଆମାନେ ସାଦା ସାଫ୍ରୋନ୍ କୁର୍ତ୍ତା ପିନ୍ଧୁଥିଲେ। କିନ୍ତୁ ଏଥର ମୋଦି-ଯୋଗୀଙ୍କ ଛବି ଥିବା ଟି-ଶାର୍ଟ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି।’ ଏହାସହ କେତେକ ଟି-ଶାର୍ଟରେ ଧ୍ୟାନ ଆକର୍ଷିତ କଲା ଭଳି ପଂକ୍ତି ଲେଖାଯାଇଛି। ଯେପରି ‘ଜିତେ ହେ ଶାନ୍ ସେ, ମହାକାଲ କେ ନାମ ସେ’ ଏବଂ ‘ଅପନା ଟାଇମ୍ ଆଏଗା’।

ଏହାସହ ପଢ଼ନ୍ତୁ: ଖୁବ୍ ଆକର୍ଷଣୀୟ ଜମ୍ମୁ-କଶ୍ମୀରର ‘ପୁଲୱାମା’, ଏହି ସବୁ ଜାଗାକୁ ଆପଣ ଟ୍ରିପ୍ କରିପାରିବେ

gettyimages 555b 072

ଏପରି କି, ଦେଖିବାକୁ ମିଳୁଛି ଯେ, ଯେଉଁମାନେ କାଉଡ଼ି ଯାତ୍ରାରେ ଯାଉନାହାନ୍ତି, ସେମାନେ ମଧ୍ୟ ଏହି ଟି-ଶାର୍ଟ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଦୋକାନୀ ଅଗ୍ରୱାଲ ଆହୁରି କହିଥିଲେ, ‘ରାଜନେତାମାନଙ୍କ ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ ଫିଲ୍ମ ଷ୍ଟାର୍ ଏବଂ କ୍ରିକେଟରମାନେ ମଧ୍ୟ ପଛରେ ପଡ଼ିଯାଇଛନ୍ତି, ଯାହାକି ପ୍ରଥମ ଥର ହୋଇଛି। ଲୋକଙ୍କ ଚାହିଦାକୁ ନଜରରେ ରଖି ଆମେ ମୋଦି-ଯୋଗୀ ଟି-ଶାର୍ଟ ଅଧିକରୁ ଅଧିକ ଆଣିବାକୁ ପ୍ରସ୍ତୁତି ଚଳାଇଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.