ମୁମ୍ବାଇର MTNL ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାରେ ଥିବା ଏମଟିଏନଏଲ୍( MTNL) ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ବିଲ୍ଡିଂର ୩ୟ ଏବଂ ୪ର୍ଥ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୪ଟି ଗାଡି ପହଁଚି ନିଆଁକୁ ଆୟତ କରୁଛି। ୧୦୦ରୁ ଅଧିକ ଲୋକେ ବିଲ୍ଡିଂ ଉପରେ ଫସିରହିଥିବା ସନ୍ଦେହ କରାଯାଉଛି। ପାଖାପାଖି ଦ୍ବିପ୍ରହର ୩ଟା ୧୫ମିନିଟରେ ନିଆଁ ଲାଗିଥିବା ଜଣାପଡିଥିଲା । ତେବେ ଏଥିରେ ଏଯାଏ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.