ପେସାରେ ମୋମୋ ବେପାରୀ ନିଶାରେ ବାଇକ୍ ଚୋର, ପୋଲିସକୁ ଦେଖାଇଲା ଚୋରିର ଡେମୋ
ଡେମୋ ଦେଖାଇଲା ଚୋର। କିପରି ଚୋରି କରୁଥିଲେ ମୋମୋ ବେପାରୀ । ରାତିରେ ବିକୁଥିଲେ ମୋମୋ ଦିନରେ କରୁଥିଲେ ବାଇକ୍ ଚୋରି । ଏକଥା ଶୁଣି ହୁଏତ ଆପଣଙ୍କୁ ଅଜବ ଲାଗୁଥାଇ ପାରେ । କିନ୍ତୁ ଏଭଳି କିଛି ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ।

ଡେମୋ ଦେଖାଇଲା ଚୋର। କିପରି ଚୋରି କରୁଥିଲେ ମୋମୋ ବେପାରୀ । ରାତିରେ ବିକୁଥିଲେ ମୋମୋ ଦିନରେ କରୁଥିଲେ ବାଇକ୍ ଚୋରି । ଏକଥା ଶୁଣି ହୁଏତ ଆପଣଙ୍କୁ ଅଜବ ଲାଗୁଥାଇ ପାରେ । କିନ୍ତୁ ଏଭଳି କିଛି ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ।
ଆପଣ ଦେଖୁଥିବା ଏହି ଯୁବକ ଜଣକ ରାତିରେ ମୋମୋ ବିକନ୍ତି ହେଲେ ଦିନରେ ସେ ବାଇକ୍ ଚୋରି କରି ସେହି ବାଇକ୍ କୁ ଗାଁରେ ବିକିଥାଆନ୍ତି । କଥାରେ ଅଛି ଚୋର ଘର କେବେ ଅନ୍ଧାର ରୁହେନି । ଦିନେ ନା ଦିନେ ଆଲୋକ ହୋଇଥାଏ । ଆଜି ତାଙ୍କର ଏହି କାର୍ଯ୍ୟ ଉପରେ ନଜର ପଡ଼ିଛି ପୋଲିସର ।
ହଁ ଆଜ୍ଞା,ରାତିରେ ମୋମୋ ବ୍ୟବସାୟୀ ଦିନରେ ବାଇକ ଲୁଟ୍ । ବଡ଼ ବାଇକ ଲୁଟ ଗ୍ୟାଙ୍ଗ ର ପର୍ଦାଫାଶ କରିଛି କମିଶନରେଟ ପୋଲିସ । ୧୫ଟି ବାଇକ ଜବତ କରିଛି କ୍ୟାପିଟାଲ ପୋଲିସ । ୟୁନିଟ ୧ ମାର୍କେଟ ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଚୋରି ହେଉଥିଲା ବାଇକ୍ । ପୁରୁଣା ଗାଡି, ଲକ ଖୋଲା ଛାଡି ଦେଉଥିବା ବାଇକ କୁ ଟାର୍ଗେଟ କରୁଥିଲା ଚୋର ।
ତେବେ ଚୋରି କରୁଥିବା ଯୁବକ ଜଣକ ହେଉଛନ୍ତି ରାକେଶ କୁମାର ନାୟକ । ସେ କନ୍ଧମାଳ ରୁ ଆସି ଭୁବନେଶ୍ୱର ୟୁନିଟ୍ ୮ ଛକ ନିକଟରେ ରହୁଥିଲା । ସେହିପରି ପାହାଳ ପୋଲିସ ୬ ଟି ବାଇକ ଜବତ ସହ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ତେବେ ଏହି ଚୋରି ପରେ ବିନା ପେପର ରେ ଗାଁ ଗୁଡିକ ରେ ବିକ୍ରି କରୁଥିଲେ ବାଇକ୍ ।ଲୋକଙ୍କୁ ଭୂଆଁ ବୁଲାଇ ମିଛ ସତ କହି ବିକ୍ରି କରୁଥିଲେ ବାଇକ୍ ।
ଏନେଇ ପାହାଳ ପୋଲିସ ଓ ସ୍ପେଶାଲ ସ୍କୁଆଡ଼ ତଦନ୍ତ କରୁଛନ୍ତି । ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛନ୍ତି ।ତେବେ ଖୁବ ଶୀଘ୍ର ସଫଳତା ମିଳିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ଏହା ସହ ବାହାରକୁ ଇଣ୍ଟର ନାଲ ଲକିଙ୍ଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି କରିଛି ।