Below header

ମନକୁ କଣ୍ଟ୍ରୋଲ କରେ ଚନ୍ଦ୍ର, ଜାଣନ୍ତୁ କେମିତି କରିବେ ଚନ୍ଦ୍ରଙ୍କୁ ବଳବାନ, ସର୍ବତ୍ର ହେବେ ବିଜୟ

କଥାରେ ଅଛି ମନର ମୂଳେ ଏ ଜଗତ । ମନ ଖରାପ ହେଲେ ସବୁ କିଛି ଖରାପ ଲାଗିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନ ର ଅଧିପତି ଗ୍ରହ ହେଉଛନ୍ତି ଚନ୍ଦ୍ରମା । ତେଣୁ ଚନ୍ଦ୍ରଙ୍କୁ ମନ କାରକ ଗ୍ରହ ବୋଲି କୁହାଯାଏ । ଯେତେବେଳେ ଚନ୍ଦ୍ର ବିଗିଡ଼ି ଯାଆନ୍ତି ମନ ଖରାପ ହୋଇଯାଏ । ଖାଲି ସେତିକି ନୁହେଁ ଯଦି ଚନ୍ଦ୍ରମା ଦୁର୍ବଳ ହୋଇ ଯାଆନ୍ତି ତେବେ କୁଣ୍ଡଳୀ ଥିବା ରାଜଯୋଗ ମଧ୍ୟ ଫଳେ ନାହିଁ । ଦୁର୍ବଳ ଚନ୍ଦ୍ରମା ପ୍ରଥମେ ଏହାର ପ୍ରଭାବ ବ୍ୟକ୍ତିର ସ୍ୱଭାବ ଉପରେ ପକାଇଥାଏ ।

ଚନ୍ଦ୍ରମାର ସ୍ଥିତି ବ୍ୟକ୍ତିର ମନ, ସ୍ୱାସ୍ଥ୍ୟ ଓ ଉନ୍ନତିକୁ ପ୍ରଭାବିତ କରିଥାଏ । ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଚନ୍ଦ୍ରମା ନିର୍ବାହ କରିଥାଏ । ଯେମିତି ଲଗ୍ନ କୁଣ୍ଡଳୀ ଅନୁଯାୟୀ ଜ୍ୟୋତିଷ ଶାସ୍ତ୍ରରେ ଗଣନା କରାଯାଏ ସେହିପରି ଚନ୍ଦ୍ର କୁଣ୍ଡଳୀ ଅନୁଯାୟୀ ମଧ୍ୟ ଗଣନା କରାଯାଇଥାଏ । କଳିଯୁଗରେ ମନ ରାଜତ୍ୱ କରିଥାଏ । ଆତ୍ମା ଉପରେ ମନର ଅଧିକ ପ୍ରଭାବ ରହିଥାଏ । ଆସନ୍ତୁ ଜାଣିବା ଚନ୍ଦ୍ରର ପ୍ରଭାବ ସମ୍ପର୍କରେ ।

ଦୁର୍ବଳ ଚନ୍ଦ୍ର ଦେଇଥାଏ ଥଣ୍ଡା ଓ କଫ

ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ ବ୍ୟକ୍ତି ଥଣ୍ଡା ଓ କଫରେ ପଡ଼ିଥାଏ । ଚନ୍ଦ୍ରମା ପାପ ଗ୍ରହର ପ୍ରଭାବରେ ଆସିଲେ ଦୁଷିତ ହୋଇଥାଏ । ଚନ୍ଦ୍ର ରାହୁ ସହିତ ରହିଲେ ସଙ୍ଗ ଦୋଷ ହୋଇଥାଏ ।

ଚନ୍ଦ୍ର ଉଚ୍ଚରେ ରହିଲେ ଆନନ୍ଦ ଦେଇଥାଏ

ଚନ୍ଦ୍ର ବୃଷ ରାଶିରେ ଉଚ୍ଚ ହୋଇଥାନ୍ତି । ଉଚ୍ଚ ଚନ୍ଦ୍ରମା ମନକୁ ପ୍ରଶନ୍ନ ରଖିଥାଏ । ବିପରୀତ ପରିସ୍ଥିତିରେ ବି ମନକୁ ପ୍ରଶନ୍ନ ରଖିଥାଏ । ଚନ୍ଦ୍ରମା ଉପରେ ଯଦି ବୃହସ୍ପତିଙ୍କ ଦୃଷ୍ଟି ରହିଥାଏ ତେବେ ଚନ୍ଦ୍ରମା ଆହୁରି ବଳବାନ ହୋଇଯାଇଥାନ୍ତି । ସରକାରୀ ବଡ଼ ପଦରେ ରହିଥିବା ବ୍ୟକ୍ତିଙ୍କର ଯଦି ଚନ୍ଦ୍ରମା ଉଚ୍ଚ ରହିଥାଏ । ତେବେ ପ୍ରତିଭା ଆହୁରି ବକଶିତ ହୋଇଥାଏ ।

ନୀଚ୍ଚ ଚନ୍ଦ୍ର ମନ ଖରାପ କରିଥାଏ

ଚନ୍ଦ୍ର କୁଣ୍ଡଳୀରେ ବୁଶ୍ଚିକ ରାଶିରେ ରହିଲେ ନୀଚ୍ଚ କୁହାଯାଇଥାଏ । ଯାହାଙ୍କର ବୁଶ୍ଚିକ ରାଶି ତାଙ୍କର ଚନ୍ଦ୍ର ନୀଚ୍ଚ ହୋଇଥାନ୍ତି । ତେବେ ନୀଚ୍ଚ ଚନ୍ଦ୍ର କମଜୋର ହୋଇ ନଥାନ୍ତି । କେବଳ ଚନ୍ଦ୍ରଙ୍କର ଦିଗ ବଦଳିଯାଇଥାଏ । ଏମିତି ବ୍ୟକ୍ତି ଅଧିକ ପ୍ରଫେସନାଲ ହୋଇଥାନ୍ତି । ଆଧ୍ୟାତ୍ମିକ ପାଇଁ ଫିଟ ହୋଇ ନଥାନ୍ତି ।

କେମିତି କରିବେ ଚନ୍ଦ୍ରମାଙ୍କୁ ବଳବାନ

ଚନ୍ଦ୍ରମାଙ୍କୁ ବଳବାନ କରିବା ପାଇଁ ମୋତି ରତ୍ନ ଧାରଣ କରନ୍ତୁ । କର୍କଟ ଲଗ୍ନ ବା ରାଶିର ଲୋକଙ୍କ ପାଇଁ ମୋତି ବହୁତ ଲାଭକାରୀ ହୋଇଥାଏ । ଏହା ଛଡ଼ା ରୂପା ପାତ୍ରର ପ୍ରୟୋଗ ମଧ୍ୟ କରାଯାଇଥାଏ । ବିଚ୍ଛା, ମୀନ, ମକର ଓ ସିଂହ ରାଶିର ବ୍ୟକ୍ତି ମୋତି ରତ୍ନ ଧାରଣ କରିବା ବେଳେ ଜ୍ୟୋତିଷ ପରାମର୍ଶ ନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.