Below header

ନିଜ କୁନି ଝିଅ ସହିତ ପୋଲିସ୍ ଅଧିକାରିଣୀଙ୍କ ଭାଇରାଲ୍ ହେଲା ଫଟୋ, ବଦଳି କରିଦେଲେ ଡିଜିପି

ମା’ ଶିଶୁର ସମ୍ପର୍କ ଅତି ନିଆରା। ଯଦି ଗୋଟେ ଛୁଆର ସବୁଠାରୁ ବଡ଼ ରକ୍ଷକ କିଏ ହୋଇଥାଏ ସେ ହେଉଛି ମା। କାହିଁକି ନା, ମା’ କେବଳ ଯେ ଶିଶୁକୁ ଜନ୍ମ ଦେଇ ଥାଏ, ତା ନୁହେଁ ବରଂ ତାକୁ ପାଳି ପୋଷି ବଡ଼ କରିଥାଏ। ମା’ ଓ ଶିଶୁ ଭିତରେ ଥିବା ନିବିଡ଼ତାକୁ ନେଇ ଅନେକ ଗଳ୍ପ, କବିତା ଲେଖା ଯାଇଛି। ହେଲେ ଭାଇରାଲ୍ ହେଉଥିବା ଏହି ଫଟୋକୁ ଦେଖିଲେ ଆପଣ ବି କହିବେ ମା ପରି ହେବ।

ଫଟୋରେ ଜଣେ ମହିଳା ପୋଲିସ୍ ଅଧିକାରୀ ନିଜ କାମରେ ବ୍ଯସ୍ତ ଥିବାବେଳେ, ତାଙ୍କ ପାଖରେ ଥିବା ଏକ ଟେବୁଲ ଉପରେ ତାଙ୍କ ଶିଶୁଟି ଶୋଇଥିବାର ନଜର ଆସୁଛି। ତେବେ ଏହି ଫଟୋଟି ଭାଇରାଲ ହେବାପରେ, ଉତ୍ତର ପ୍ରଦେଶର ଡିଜିପି ଏହି ମହିଳା ପୋଲିସ୍ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଯାହା ଜଣାପଡିଛି ମହିଳା ଅଧିକାରିଣୀଙ୍କ ନା ଅର୍ଚ୍ଚନା। ଅର୍ଚ୍ଚନାଙ୍କ କାର୍ଯ୍ୟ କରିବାର ପଦ୍ଧତିକୁ ପ୍ରେରଣାଦାୟକ ବୋଲି କହିଛନ୍ତି ଡିଜିପି ଓପି ସିଂ । ଏବଂ ସେ ଅର୍ଚ୍ଚନାଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଡିଜିପି ସିଂ ଅର୍ଚ୍ଚନାଙ୍କୁ ଏକବିଂଶ ଶତାବ୍ଦୀର ମହିଳାମାନଙ୍କର ସର୍ବୋତ୍ତମ ଉଦାହରଣ ବୋଲି କହିଛନ୍ତି। ଏହା ସହ ସେ ଅର୍ଚ୍ଚନାଙ୍କୁ ଆଗ୍ରା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ବାରା ଅର୍ଚ୍ଚନା ଘର ପାଖରେ ରହିପାରିବେ।

ଏହାପୂର୍ବରୁ, ଏହି ମହିଳା ପୋଲିସ କର୍ମଚାରୀ ଜଣକ ଡେସ୍କରେ ନିଜ କୁନି ଶିଶୁକୁ ବସାଇ, କାମ କରୁଥିବା ସମୟର ଦ୍ରୁଶ୍ଯ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଅର୍ଚ୍ଚନାଙ୍କୁ ବହୁତ ପ୍ରଶଂସା କରିଥିଲେ। ତେବେ ସୂଚନା ଥାଉକି ଝାନସୀ ପୋଲିସ ଷ୍ଟେସନରେ ଜଣେ କନଷ୍ଟେବଳ ଭାବେ ଅର୍ଚ୍ଚନା କାର୍ଯ୍ଯରତ ଅଛନ୍ତି। ଅର୍ଚ୍ଚନାଙ୍କ ସ୍ୱାମୀ ବାହାରେ ପ୍ରାଇଭେଟ ଚାକିରି କରନ୍ତି । ସେ ସକାଳେ ନିଜ ଝିଅ ସହିତ କୋତୱାଲିକୁ ଆସନ୍ତି, ଯେଉଁଠାରେ ସେ ଝିଅର ଯତ୍ନ ନେବା ସହିତ ଡ୍ୟୁଟି ମଧ୍ୟ କରନ୍ତି। ଅର୍ଚ୍ଚନା କହିଛନ୍ତି ଯେ ସେ ଏଥିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳେ ତାଙ୍କୁ ଘରେ କାମ କରିବାକୁ ପଡେ। ଯଦି କେତେବେଳେ ଅଫିସ୍ ଆସିବାକୁ ସାମାନ୍ୟ ବିଳମ୍ବ ହୁଏ, ତେବେ ତାଙ୍କୁ ଖୁବ୍ ଭୟ ଲାଗିଥାଏ।

police

ତାଙ୍କର ଦୁଇଟି ଝିଅ ଥିବା କହିଛନ୍ତି ଅର୍ଚ୍ଚନା। ଶାଶୁ ଏବଂ ଶଶ୍ବର ତାଙ୍କ ବହ ଝିଅର ଦେଖାରଖା କରିଥାନ୍ତି। ସାନ ଝିଅର ବୟସ ମାତ୍ର ୬ମାସ । ତେଣୁ ସାନ ଝିଅ ତାଙ୍କ ସହିତ ରହିଥାଏ। ଝାନସୀ ପୋଲିସ୍ ଆଇଜି ସୁଭାଷ ବାଗେଲ ମଧ୍ୟ ଅର୍ଚ୍ଚନାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେ ଉଭୟ କର୍ତ୍ତବ୍ୟ ଏକାଠି କରୁଛନ୍ତି ଏବଂ ଏଥିରେ କୌଣସି ଅବହେଳା କରୁନାହାଁନ୍ତି। ଏହା ସହିତ ସେ କହିଛନ୍ତି ଯେ ଏ ବିଷୟରେ ସୂଚନା ପାଇବା ପରେ ସେ ଅର୍କାନାଙ୍କୁ ଏକ ହଜାର ଟଙ୍କା ନଗଦ ପୁରସ୍କାର ଦେଇଛନ୍ତି।

ସତରେ ଛାତିର ଅମୃତ ପାନ କରାଇ ସନ୍ତାନକୁ ଦିଗବିଜୟୀ କରେ ମା। ସେହି ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ଆଉ ମା’ରେ ଶେଷ । ଯାହାର ଜୀବନ୍ତ ଉଦାହରଣ ଅର୍ଚ୍ଚନା। ଯିଏ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ତୁଲାଇ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.