ବିକିନୀ ପିନ୍ଧି ବେଡ୍‌ ଉପରେ ଶୋଇଲେ ଏହି ଅଭିନେତ୍ରୀ! ଅଧିକ ବୋଲ୍ଡ ଲୁକ୍‌ରେ ଦେଲେ ଏଭଳି ପୋଜ୍‌…ଲୋକେ କରୁଛନ୍ତି ଟ୍ରୋଲ୍‌

ଅଭିନେତ୍ରୀ ଶମା ସିକନ୍ଦର ପୁଣିଥରେ ନିଜର ବୋଲ୍ଡ ଲୁକ୍‌ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବିକିନୀ ଫଟୋ ସେୟାର କରିଛନ୍ତି, ଯେଉଁ କାରଣରୁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଖରାପ ଭାବରେ ଟ୍ରୋଲ କରୁଛନ୍ତି। ‘ସେକ୍ସହୋଲିକ୍‌’ ଫେମ୍‌ ଶମା ସିକନ୍ଦର ସବୁବେଳେ ହିଁ ହଟ୍‌ ଅବତାରରେ ସୋସିଆଲ ମିଡିଆର ପାରା ବଢ଼ାଇ ଦିଅନ୍ତି।

ସବୁବେଳେ ଶମା ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବୋଲ୍ଡ ଫଟୋ ଏବଂ ସିଜଲିଂ ଭିଡିଓ ସେୟାର କରନ୍ତି। ନିକଟରେ ସେ ନିଜର ବ୍ୟାଙ୍କକ୍‌ ଭ୍ୟାକେସନରୁ କିଛି ହଟ୍‌ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହେଉଛନ୍ତି।

ଶମା ପୋଲ୍‌କା ଡଟ୍‌ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ବିକିନୀରେ ନିଜର ସ୍ମୋକିଂ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ହଟ୍‌ ଲାଗୁଛନ୍ତି। ଏକ ଫଟୋରେ ଶମା ବିକିନୀ ପିନ୍ଧି ବେଡ୍‌ରେ ଶୋଇଥିବାର ଦେଖାଯାଉଛନ୍ତି। ଏଥିରେ ସେ ନିଜର କ୍ଲିଭେଜ୍‌ ଏବଂ ସେକ୍ସି ଟୋଣ୍ଡ ଲେଗ୍‌ସକୁ ବହୁତ ସୁନ୍ଦର ଢଙ୍ଗରେ ଫ୍ଲଣ୍ଟ କରିଛନ୍ତି। କିନ୍ତୁ କିଛି ଲୋକଙ୍କୁ ଶମାଙ୍କର ଏହି ଫଟୋଗୁଡ଼ିକ ବହୁତ ପସନ୍ଦ ଆସୁଥିବା ବେଳେ କିଛି ଲୋକ ଅଭିନେତ୍ରୀଙ୍କୁ ଟ୍ରୋଲ ମଧ୍ୟ କରୁଥିଲେ।

shamna
photo: zee news hindi

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ତାଙ୍କୁ କେବଳ ଆଟେନସନ ଦରକାର’। ଆଉ ଜଣେ ଲେଖିଛନ୍ତି, ‘ଶସ୍ତା ଲାଗୁଛନ୍ତି’। କହି ରଖୁଛୁ, ଶମା ସିକନ୍ଦରଙ୍କୁ ଏବେ ୪୧ ବର୍ଷ ବୟସ। ସେ ନିଜର ଆକ୍ଟି କ୍ୟାରିୟର ବର୍ଷ ୧୯୯୯ରେ ଆମିର ଖାନଙ୍କ ଫିଲ୍ମ ‘ମନ୍‌’ରୁ ଆରମ୍ଭ କରିଥିଲେ। ଏହାପରେ ଟିଭି ସିରିଏଲ୍‌ ‘ୟେ ମେରୀ ଲାଇଫ୍‌ ହୈ’ରୁ ସେ ପପୁଲାର ହୋଇଥିଲା। ଶମା ସିକନ୍ଦରଙ୍କୁ ଶେଷ ଥର ୨୦୧୯ରେ ଥ୍ରୀଲର ଫିଲ୍ମ ‘ବାଇପାସ୍‌ ରୋଡ୍‌’ରେ ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.