Below header

କାଲି ସରିଥିଲା ଏକୋଇସିୟା, ଆଜି ମିଳିଗଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ମା’

ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା କାହାର ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ଆଜି ମିଳିଲା ମାର ପରିଚୟ ଓ ଠିକଣା ।

ସମ୍ବଲପୁର(କେନ୍ୟୁଜ): ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା କାହାର ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ଆଜି ମିଳିଲା ମାର ପରିଚୟ ଓ ଠିକଣା । ତାଙ୍କୁ ଠାବ କରିଛି ପୋଲିସ । ବୋରୱେଲରୁ ଶିଶୁ କନ୍ୟା ଉଦ୍ଧାର ହେବାର କିଛି ଦିନ ପରେ ମାଆକୁ ଠାବ କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଓ ମାନସିକ ଅବସ୍ଥା ଠିକ ନଥିବାରୁ ଚିକିତ୍ସା ପାଇଁ କଟକ ପଠାଯାଇଛି । ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ଡିଏନଏ ଟେଷ୍ଟ ପାଇଁ ନମୁନା ପଠାଯାଇଛି ।

ମାଆ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ପଚରାଉଚରା କରାଯିବ । ସେ ବିବାହିତ ଥିଲେ । ଶିଶୁ କନ୍ୟା ତାଙ୍କର ଦ୍ବିତୀୟ ସନ୍ତାନ ଥିଲା । ତେବେ ସେ ନିଜ ନବଜାତ ଝିଅକୁ କାହିଁକି ବୋରୱେଲରେ ଫିଙ୍ଗିଲେ ପଚରାଉଚରା ପରେ ଜଣାପଡ଼ିବ । ଅନ୍ୟପଟେ ଏବେ ଶିଶୁ କନ୍ୟା ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଛି ।

ତେବେ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ଏହି ନବଜାତ ଶିଶୁ କନ୍ୟା ବିଜୟିନୀର ବୁର୍ଲା ମେଡିକାଲ ଗତକାଲି ପାଳନ କରିଛି ଏକୋଇସିୟା ପର୍ବ। ଯୋଶଦା ହୋଇ ମାଁ ଭଳି ପାଳନ କରିଥିବା ଅନେକ ମା ଖୁସିରେ ଥିଲେ ବିଭୋର । ଏହି ଅବସରରେ ସଜେଇ ହୋଇଥିଲା ବେଲୁନ ସହ ଫୁଲ ମାଳ, ଚାଲିଛି ହୋମ ସହ ପୂଜାର୍ଚ୍ଚନା । ଏ କୌଣସି ଘରର ଦୃଶ୍ୟ ନୁଥିଲା ଏ ଥିଲା ବୁର୍ଲା ଭୀମସାର ଏସଏନସିୟୁ ର ଦୃଶ୍ୟ । ଏହି ଏସଏନସିୟୁ ରେ ପାଳନ କରାଯାଇଛି ଜଣେ ଶିଶୁ କନ୍ୟାର ଏକୋଇସିଆ ପର୍ବ । ଏହି ଶିଶୁ କନ୍ୟାଟି ଆଉ କେହି ନୁହେଁ ଗତ ୧୨ଡିସେମ୍ବର ୨୦୨୩ରେ ଏକ ପରିତ୍ୟକ୍ତ ବୋରୱେଲ ରୁ ରାତି ପ୍ରାୟ ୯.୪୦ ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିବା ଶିଶୁକନ୍ୟା ।

ଆଉ ସେହିଦିନ ଠାରୁ ଉକ୍ତ ଶିଶୁ କନ୍ୟାର ଭୀମସାର ରେ ଚାଲିଛି ଚିକିତ୍ସା । ଗତକାଲି ଶିଶୁକନ୍ୟା ଟିର ଏକୋଇଶିଆ। ଆଉ ଏହି ଏକୋଇଶିଆ ପର୍ବ ପୁରା ଭୀମସାର କରୁଛି ପାଳନ । ଜୀବନ ଯୁଦ୍ଧ ରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କତୃପକ୍ଷ ବିଜୟିନୀ ରଖିଲେ । ପର କରିଦେଲା ପରିବାର, ଓ ପର କରିଦେଲେ ବାପା ଓ ମା । ହେଲେ ଆଦରିନେଲା ଭୀମସାର ଆଉ ନାଁ ପାଇଲା ବିଜୟିନୀ ।

କେବଳ ନାଁ ପାଇନି ବରଂ ଭୀମସାରର ଡାକ୍ତରଙ୍କ ଠାରୁ ପାଇଲା ସ୍ନେହ, ମମତା ଓ ଆଦର । ଏହାସହ ବିଜୟିନୀ ପାଲଟିଗଲା ପୁରା ଭୀମସାରର ଝିଅ । ପୂଜାର୍ଚନା ପରେ ବାହାରେ ଥିବା ଅନେକ ମାଁ ମାନଙ୍କୁ କେକ ଦିଆଯାଇ ଖୁସି ବଣ୍ଟା ଯାଇଥିଲା । ବିଜୟିନୀ ର ପ୍ରତେକ ଦିନ ତାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ଜୀବନ ଯୁଦ୍ଧ ରେ ବିଜୟ ହୋଇଥିବା ବିଜୟିନୀ ଆଉ କିଛି ଦିନ ପରେ ବାହରିବ ମେଡିକାଲ ରୁ । ଏହା ପରେ ବିଜୟିନୀ ର ଭାଗ୍ୟ ନିର୍ଧାରଣ କରିବ ପ୍ରଶାସନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.