ପାଣିରେ ରହୁଥିଲା “ପୌରାଣିକ ରାକ୍ଷସ” କିନ୍ତୁ ଉଦ୍ଧାର ହେଲା କଣ ଦେଖନ୍ତୁ ଭିଡିଓ

ବେଳେବେଳେ ଦୁନିଆରେ ଏପରି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । କିନ୍ତୁ ଯେତେବେଳେ ତା ପଛରେ ଥିବା ପ୍ରକୃତ ସତ ବାହାରକୁ ଆସେ ସେତେବେଳେ ଏହା ତାଠାରୁ ମଧ୍ୟ ଆହୁରି ଆଶ୍ଚର୍ଯ୍ୟକର ହୋଇଥାଏ । କିଛି ଏପରି ଘଟିଛି ଚୀନରେ । ସୂଚନା ଅନୁଯାୟୀ ଏଠାରେ ପ୍ରବାହିତ ହେଉଥିବା ସବୁଠାରୁ ବଡନଦୀ ୟାଙ୍ଗତ୍ଜୀରେ ଏକ ରହସ୍ୟମୟ ଯିବ ପଂହରୁଥିବା ନଜରକୁ ଆସିଥିଲା କିନ୍ତୁ ଯେତେବେଳେ ଏହାର ସତ ସାମ୍ନାକୁ ଆସିଲା ତାକୁ ଦେଖି ସମସ୍ତେ ଅବାକ ହୋଇଯାଇଥିଲେ ।

ସୋସିଆଲ ମିଡିଆରେ ଯେତେବେଳେ ଏହି ଘଟଣାର ଭିଡିଓ ଭାଇରଲ ହେଲା ଲୋକମାନେ ଏହାକୁ ‘ପାଣିର ରାକ୍ଷସ’ ବୋଲି କହିଥିଲେ । କିଛି ଲୋକଙ୍କ କହିବା ଅନୁଯାୟୀ ବହୁତ ପ୍ରଦୂଷଣ କାରଣରୁ ଏହି ଜୀବର ଜନ୍ମ ହୋଇଥାଇପାରେ । ଅନ୍ୟ କିଛି ଲୋକ ଏହାକୁ ପୌରାଣିକ ରାକ୍ଷସ ବୋଲି କହିଥିଲେ ।

ବୈଜ୍ଞାନିକମାନେ କିନ୍ତୁ ଏହି ରହସ୍ୟମୟ ଜୀବକୁ ପୌରାଣିକ ରାକ୍ଷସ ମାନିବ ପାଇଁ ମନା କରିଦେଇଥିଲେ ଏବଂ କହିଥିଲେ କି ଏହା ଏକ ବିଶାଳକାୟ ସାପ ହୋଇଥାଇପାରେ ଯାହାକି ପାଣିରେ ରହୁଛି ।

ଶେଷରେ ନଦୀ କୂଳରୁ ଲୋକମାନଙ୍କୁ ଏକ ବଡ଼ କଳା ରଙ୍ଗର ଏକ ଏୟାରବ୍ୟାଗ ମିଳିଥିଲା । ଯାହାର ଲମ୍ବ ପାଖାପାଖି 65 ଫୁଟ ଥିଲା ଏବଂ ଏହାକୁ ଜଣେ ସିପୟାର୍ଡ ଭୁଲରେ ଛାଡି ଦେଇଥିଲେ । ଏହି ଏୟାରବ୍ୟାଗ ମିଳିବା ପରେ ‘ରହସ୍ୟମୟ ଜୀବ’ ଓ ‘ପୌରାଣିକ ରାକ୍ଷସ’ ଉପରୁ ପରଦା ଉଠିଥିଲା ଓ ଶେଷରେ ଜଣାପଡିଥିଲା ଯେ ଯାହାକୁ ଲୋକମାନଙ୍କ ଠାରୁ ନେଇ ବିଶେଷଜ୍ଞ ମାନେ କଣ କଣ ଭାବିଦେଇଥିଲେ ତାହା ପ୍ରକୃତରେ କଣ ଥିଲା ।

नदी में दिखी रहस्यमयी चीज

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.