ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଘଙ୍ଗାପାଟଣା (କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ । ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ୨୦୧୪ ମସିହାରେ ଘଙ୍ଗାପାଟଣା ଅଞ୍ଚଳରେ ବ୍ୟାପକ ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଅନେକ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ୨୦୧୪ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ୨ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଘଟଣାର ବିଶେଷ ଅଗ୍ରଗତି ନହେବାରୁ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତ ଅଭିଯୋଗର ଶୁଣାଣି କରି କ୍ରାଇମବ୍ରାଞ୍ଚକୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଆସନ୍ତା ମାସ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.