Below header

ମଙ୍ଗଳ ଗ୍ରହର ମାଟି ପୃଥିବୀ ପୃଷ୍ଠକୁ ଆଣିବ ନାସା, ଏଥିପାଇଁ ଖର୍ଚ୍ଚ କରିବ ୯ ଆରବ ଡଲାର

ନୂଆଦିଲ୍ଲୀ :  ଆମେରିକୀ ସ୍ପେସ୍‌ ଏଜେନ୍ସି ନାସା (NASA) ତିନୋଟି ମିଶନରେ ମଙ୍ଗଳ ଗ୍ରହରୁ ୨ ପାଉଣ୍ଡ (ପ୍ରାୟ ୧ କିଲୋଗ୍ରାମ ) ମାଟି ଆଣିବ । ଏହି ମାଟି ପୃଥିବୀ ପୃଷ୍ଠକୁ ଆଣିବା ପାଇଁ ପ୍ରାୟ ୧ ଦଶନ୍ଧୀ ସମୟ ଲାଗିପାରେ । ଏଥିପାଇଁ ନାସା ଖର୍ଚ୍ଚ କରିବ ୯ ଆରବ ଡଲାର । ଯଦି ଏହା ସମ୍ଭବ ହୁଏ ତେବେ ଏହି ମାଟି ବୋଧହୁଏ ହେବ ସବୁଠୁ ଦୁର୍ଲ୍ଲଭ ପଦାର୍ଥ । ପୃଥିବୀ ପୃଷ୍ଠକୁ ଆସିବା ପରେ ଏହା ଉପରେ ଢ଼େର ଗବେଷଣା କରାଯିବ ।

ପ୍ରାୟ ୩ଟି ମିଶନ ଜରିଆରେ ନାସା ଏହି ମାଟିକୁ ପୃଥିବୀ ପୃଷ୍ଠକୁ ଆଣିବ । ନାସା ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ଖୋଜ ପାଇଁ ଏହି ମାଟି ପୃଥିବୀ ପୃଷ୍ଠକୁ ଆଣୁଛି ।

ତିନୋଟି ମିଶନ ପାଇଁ ହେବ ବହୁତ ବଡ଼ ଖର୍ଚ୍ଚ :

– ନାସା ଏହି ୩ଟି ମିଶନ ପାଇଁ ପ୍ରାୟ ୯ ବିଲିୟନ୍‌ ଆମେରିକୀୟ ଡଲାର ଖର୍ଚ୍ଚ କରିବ ।

– ଏହି ମାଟି ଯଦି ପୃଥିବୀ ପୃଷ୍ଠକୁ ଆସେ ବୈଜ୍ଞାନିକଙ୍କ ପାଇଁ ଏହା ବଡ଼ ଉପଲବ୍ଧି ହେବ ।

ନାସାର ଏହି ୩ଟି ମିଶନ କ’ଣ କରିବ :

– ନାସାର ପ୍ରଥମ ମିଶନରେ ମଙ୍ଗଳ ଗ୍ରହର ମାଟି ନମୂନାକୁ ଯାଞ୍ଚ୍‌ ଓ ଏକାଠି କରିବ ।

– ଦ୍ୱିତୀୟ ମିଶନରେ ନମୂନାକୁ ଏକାଠି କରି ମଙ୍ଗଳ ଗ୍ରହର କକ୍ଷରେ ଲଞ୍ଚ୍‌ କରିବା ପାଇଁ ଲଞ୍ଚରରେ ପ୍ୟାକ୍‌ କରିବ ।

– ତୃତୀୟ ମିଶନରେ ମଙ୍ଗଳ ଗ୍ରହର ମାଟିକୁ ପୃଥିବୀ ପୃଷ୍ଠକୁ ଆଣିବ ।

– ପ୍ରଥମ ମିଶନ ପର୍ସିଭରେନ୍ସ ରୋବର ରୂପରେ ଜୁଲାଇ ୨୦୨୦ରେ ଲଞ୍ଚ୍‌ କରିଦିଆଯିବ ।

– ରୋବର ୨୦୨୧ ଫେବ୍ରୁଆରୀରେ ଗ୍ରହ ଉପରେ ଲ୍ୟାଣ୍ଡିଂ କରିଥିଲା ।

ନାସା ଦେଇଥିବା ତଥ୍ୟ ଅନୁଯାୟୀ ନମୂନାକୁ ଏକାଠି କରିବାର କାମ ୨୦୨୩ ମଧ୍ୟରେ ସମାପ୍ତ ହୋଇଯିବ । ହେଲେ ଏହାକୁ ପୃଥିବୀ ପୃଷ୍ଠକୁ ଆଣିବା ପାଇଁ ପ୍ରାୟ ୧ ଦଶନ୍ଧୀ ସମୟ ଲାଗି ପାରେ ବୋଲି ନାସା କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.