Below header

ଭୁଲରେ ବି ରାତିରେ ଘର ଝାଡ଼ୁ କରି ଅଳିଆ ଫିଙ୍ଗନ୍ତୁନି, ଦେଖାଦେବ ଏସବୁ ଗମ୍ଭୀର ସମସ୍ୟା

ଜୀବନରେ ଲାଗି ରହିଥିବା ଯାବତୀୟ ସମସ୍ୟାରୁ ମୁକ୍ତି ପାଇବାରେ ବାସ୍ତୁଶାସ୍ତ୍ର ସାହାଯ୍ୟ କରିଥାଏ। ଏଣୁ ନୂଆ ଘରଟିଏ କରିବା ପୂର୍ବରୁ ବର୍ତ୍ତମାନ ଲୋକମାନେ ପ୍ରଥମେ ବାସ୍ତୁ ଶାସ୍ତ୍ରବିତ୍‌ଙ୍କ ପରାମର୍ଶ ନେଉଛନ୍ତି। ବାସ୍ତୁ ଅନୁସାରେ ଘର ତିଆରି କରିବା ଦ୍ୱାରା ବିପଦ ଆସେ ନାହିଁ। ଏଥିସହ ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ଲାଗି ରହେ। ଘରୁ ନକାରାତ୍ମକ ଉର୍ଜାକୁ ଦୂର କରିବାରେ ବାସ୍ତୁ ଟିପ୍ସ ସାହାଯ୍ୟ କରେ। ତେବେ ଆଜି ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ ଘରୁ ଅଳିଆ କାହିଁକି ବାହାର କରିବା ମନା…

laxmi

ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ହେବା ପରେ ଘର ସଫା କରୁଥିଲେ କେତେକ ବିଶେଷ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ସୂର୍ଯ୍ୟାସ୍ତ ପରେ ଘର ଝାଡ଼ୁ କରୁଥିଲେ ବାହାରକୁ ଅଳିଆ ଆବର୍ଜନା କିମ୍ବା ଧୂଳି ଫିଙ୍ଗିବା ଅନୁଚିତ। ଏହାକୁ ଡଷ୍ଟବିନ୍‌ରେ ରଖନ୍ତୁ ଓ ସକାଳେ ହିଁ ଫିଙ୍ଗନ୍ତୁ। କୁହାଯାଏ ଯେ ସନ୍ଧ୍ୟା ପରେ ଘରୁ ମଇଳା ଫିଙ୍ଗିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।

groom

ସେହିପରି ଘରେ କେବେ ବି ଝାଡ଼ୁକୁ ଖୋଲାରେ ରଖନ୍ତୁ ନାହିଁ। ଖାଲି ସ୍ଥାନରେ ଝାଡ଼ୁ ରଖିଲେ ଘରୁ ସକାରାତ୍ମକ ଉର୍ଜା ଦୂରେଇଯାଏ। ଏଣୁ ଝାଡ଼ୁକୁ ସବୁବେଳେ ଏମିତି ସ୍ଥାନରେ ରଖନ୍ତୁ ଯେମିତି କାହାର ଦୃଷ୍ଟି ନ ପଡ଼ିବ। ଝାଡ଼ୁକୁ ସବୁବେଳେ ଭୂମିରେ ରଖିବାକୁ ବାସ୍ତୁବିତ୍‌ ମତ ଦିଅନ୍ତି।

broom

ଝାଡ଼ୁ ବଦଳାଇବାକୁ ଚାହୁଁଲେ କେବଳ ଶନିବାର ହିଁ ବଦଳାନ୍ତୁ। କୃଷ୍ଣ ପକ୍ଷରେ ନୂଆ ଝାଡ଼ୁ କିଣିବା ଶୁଭ ହୋଇଥାଏ। ସେହିପରି ଶୁକ୍ଳ ପକ୍ଷରେ ଝାଡ଼ୁ କିଣିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.