Below header

4G ପରେ ଏବେ ଜିଓ ଆଣିବ 5G ଟେକ୍ନୋଲୋଜି, ଟେଷ୍ଟିଙ୍ଗ ପାଇଁ ସରକାରଙ୍କୁ ମାଗିଲା ଅନୁମତି

ରିଲାଏନ୍ସ ଜିଓ ଇଣ୍ଟରନେଟ୍‌ ର ସ୍ପିଡ ବଢାଇବା ଏବଂ ଉତ୍ତମ ସୁବିଧା ଦେବା ଲକ୍ଷ୍ୟକୁ ନେଇ 5G ଟେକ୍ନୋଲୋଜିକୁ ନିଜେ ବିକଶିତ କରିଛି। କମ୍ପାନୀ 5G ଟେଷ୍ଟିଙ୍ଗ ପାଇଁ ଏବେ ସରକାରଙ୍କୁ ଅନୁମତି ଆବେଦନ କରିଛନ୍ତି। 5G ଟେକ୍ନୋଲୋଜି ପାଇଁ ଜିଓ କାହାର ସାହାଯ୍ୟ ନନେଇ ନିଜେ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବା ଦାବି କରିଛି।

5g_1ଉପକରଣ ପାଇଁ ଏହି କମ୍ପାନୀର ସାହାଯ୍ୟ ନେବ ଜିଓ

ଆପଣମାନେ ଜାଣିଥିବେ ଜିଓ 5G ଟେକ୍‌ନିକ୍‌କୁ ବିକଶିତ କରିସାରିଛି କିନ୍ତୁ ପରୀକ୍ଷଣ ସଫଳ ହେବା ପରେ 5G ଉପକରଣର ଡିଜାଇନ୍‌ ଏବଂ ମେନ୍ୟୁଫ୍ୟାକ୍ଚରିଂର କାମ ଅନ୍ୟ କମ୍ପାନୀକୁ ଦିଆଯାଇପାରିବ। ଏଥିପାଇଁ ଜିଓ ଆଗାମୀ ସମୟରେ ସାମସଙ୍ଗ, ହୁଓ୍ଵାେଓ୍ଵଇ, ନୋକିଆ ଏବଂ ଏରିକ୍ସନ ଭଳି କମ୍ପାନୀର ସାହାଯ୍ୟ ନେବ। ବର୍ତ୍ତମାନ କିନ୍ତୁ ଜିଓର 4G ଉପକରଣର ସୁବିଧା ସାମସଙ୍ଗ ଯୋଗାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.