Below header

ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଡେଲିଭରି ବୟ ସୋନୁଙ୍କ ହସରେ ଫିଦା ହେଲା Lays, ଚିପ୍ସ ପ୍ୟାକେଟ୍‌ରେ ଛାପିଲା ଫଟୋ

ହସ ଯୋଗୁ ଭାଇରାଲ ହେଉଥିବା ଡେଲିଭରି ବୟ ସୋନୁ ଇଣ୍ଟରନେଟ୍‌ରେ ସେନ୍‌ସେସନ୍‌ ପାଲଟିଛନ୍ତି। ସବୁଆଡ଼େ ଜୋମାଟୋର ଏହି ହାପି ରାଇଡରଙ୍କ ଚର୍ଚ୍ଚା ହେଉଛି। ସ୍ମାଇଲ ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିବା ସୋନୁଙ୍କ ପିଲାଳିଆମି ଦେଖି ଜୋମାଟୋ ନିଜ ଟ୍ଵିଟର ପ୍ରୋଫାଇଲରେ ତାଙ୍କ ଫଟୋ ଲଗାଇଛି। କେବଳ ଏତିକି ନୁହେଁ ଏବେ ଏହି ହସ ଦେଖି ଲେଜ ଇଣ୍ଡିଆ ମଧ୍ୟ ନିଜ ଚିପସ ପ୍ୟାକେଟ୍‌ ଉପରେ ସୋନୁଙ୍କ ଫଟୋ ଲଗାଇଛି।

 

View this post on Instagram

 

A smile can win a million hearts, kyun @zomatoIN? Bus #SmileDekeDekho. #ZomatoBoy #sonukismile

A post shared by Lay’s India (@lays_india) on


ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଫଟୋ ସେୟାର କରି ଲେସ୍‌ ଲେଖିଛି ଯେ ‘ଗୋଟିଏ ସ୍ମାଇଲ କୋଟିଏ ଲୋକଙ୍କ ହୃଦୟ ଜିତିଯାଇଛି’।

ସୂଚନାଯୋଗ୍ୟ ଯେ ସର୍ବପ୍ରଥମେ ଟିକ୍‌ଟକରେ danishansari81 ଆକାଉଣ୍ଟରେ ଜୋମାଟୋ ଡେଲିଭରି ବୟ ସୋନୁଙ୍କ ଭିଡିଓ ସେୟାର କରାଯାଇଥିଲା। ଲୋକଙ୍କୁ ଭିଡିଓରେ ସୋନୁଙ୍କ ହସ ଏତେ ଭଲ ଲାଗିଲା ଯେ କ୍ରମେ ଏହା ଭାଇରାଲ ହେବାକୁ ଲାଗିଲା।

ତେବେ ସୋନୁଙ୍କ ଭିଡିଓରେ ଲୋକମାନେ କମେଣ୍ଟ କରିଥିଲେ ଯେ କମ୍‌ ଦରମାରେ ମଧ୍ୟ ଜଣେ ବ୍ୟକ୍ତି କେତେ ଖୁସି ରହିପାରେ ତାହା ସୋନୁଙ୍କ ଠାରୁ ଶିକ୍ଷା କରିବା ଆବଶ୍ୟକ। କାରଣ ଲୋକ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ମନ ଖୋଲି ହସିପାରୁନାହାନ୍ତି। କିନ୍ତୁ ଜୋମାଟୋର ଏହି ଡେଲିଭରି ବୟ କମ୍‌ ଦରମାରେ ବି ହସିପାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.