Below header

କଟକ ବଡ଼ ମେଡିକାଲରେ ପୁଣି କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ: ପ୍ରିୟଙ୍କା, ସୁଚିତ୍ରାଙ୍କ ପରି ମଲାପରେ ବି ୨ ଜଣଙ୍କୁ ନୂଆ ଜୀବନ ଦେଲେ ଡେଲାଙ୍ଗର ରାଜଲକ୍ଷ୍ମୀ

କଟକ : ଅଙ୍ଗଦାନ ପଥରେ ଆଉ ଜଣେ ନାରୀ । କଟକ ବଡ଼ ମେଡିକାଲରେ ପୁଣି କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ । ପ୍ରିୟଙ୍କା, ସୁଚିତ୍ରାଙ୍କ ପରେ ମରି ବି ୨ ଜଣଙ୍କୁ ନୂଆ ଜୀବନ ଦେଲେ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଗତ ୨ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବୁଧବାର ସକାଳେ ଡାକ୍ତରମାନେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ । ଏହାପରେ ରାଜଲକ୍ଷ୍ମୀଙ୍କ ପରିବାର ଲୋକେ ତାଙ୍କ କିଡ୍‌ନୀ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରାଜଲକ୍ଷ୍ମୀଙ୍କ କିଡ୍‌ନୀ ଅଣାଯାଇ ଏସ୍‌ସିବିରେ ଚିକିତ୍ସାଧୀନ ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଡାକ୍ତର ଚିତ୍ତରଞ୍ଜନ କର ଓ କେପି ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଭୁୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ରାଜଲକ୍ଷ୍ମୀଙ୍କ ଶରୀରରୁ କିଡ୍‌ନୀ କାଢିଥିଲେ । ଏହାପରେ ପରେ କଟକ SCB ନିଆଯାଇଥିଲା। ୧୧ଜଣିଆ ଡାକ୍ତରୀଟିମ୍‌ଙ୍କ ଦ୍ୱାରା ଅପରେସନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.