Below header

ବିରୋଧ କରୁଥିବା ଲୋକଙ୍କ ଶବକୁ ଖତ ବନାଇ ପରିବା ଚାଷ କରୁଛନ୍ତି ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ

ଗୋଟିଏ ପଟେ ସାରା ଦୁନିଆ କରୋନା ଭାଇରସ୍ ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ଉତ୍ତର କୋରିଆ ଲଗାତାର ମିଶାଇଲ ପରୀକ୍ଷଣ କରିବାରେ ବ୍ୟସ୍ତ ରହିଛି । ଏମିତି ତ ଉତ୍ତର କୋରିଆର ବାଦଶାହା ତଥା ଏକଛତ୍ରବାଦୀ କିମ୍ ଜୋଙ୍ଗ ଉନ୍‌ଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ରହିଛି କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଦେହ ଶୀତେଇ ଉଠିବ। ଦେଶର ଜେଲରୁ ଖସି ପଳାଇ ଆସିଥିବା ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ କିମ୍ ଜୋଙ୍ଗ ତାଙ୍କ ବିରୋଧୀମାନଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଚାଷ ଜମିରେ ଖତ ରୂପେ ବ୍ୟବହାର କରିଥାନ୍ତି ।

ସୂଚନା ଅନୁଯାୟୀ ଉତ୍ତର କୋରିଆ ଜେଲରେ ପୂର୍ବରୁ ବନ୍ଦୀ ଥିବା କିମ୍ ଇଲ ସୁନ୍ ନାମକ ଜଣେ ମହିଳା ସେଠାକାର ମାନବାଧିକାର ବିଭାଗ ପାଖରେ ଅଭିଯୋଗ ଆଣିଛନ୍ତି ଯାହା ଶୁଣିଲେ ଆପଣ ଙ୍କର ବି ହୋସ୍‌ ଉଡ଼ିଯିବ । ତାଙ୍କ କହିବା ଅନୁଯାୟୀ ରାଜଧାନୀ ପ୍ୟୋଙ୍ଗୟୋଙ୍ଗରେ ସରକାର ବିରୋଧୀଙ୍କ ପାଇଁ ଏକ ଶିବିର ପ୍ରସ୍ତୁତ କରାଯାଇଛି । ଏହାର ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ଼ମାନଙ୍କ ଖାଇବା ନିମନ୍ତେ ଶିବିର ନିକଟରେ ପରିବା ଚାଷ କରାଯାଇଥାଏ । ତେବେ ଏହି ପରିବା ବିଲରେ ସରକାର ବିରୋଧୀ କଏଦୀମାନଙ୍କୁ ମାରି ତାଙ୍କ ଶରୀରକୁ ଖତ ରୂପେ ବ୍ୟବହାର କରାଯାଉଛି । ଏହା ସହିତ ମହିଳା ଜଣଙ୍କ କହିଛନ୍ତି ଯେ ଏସବୁ କିମ୍ ଜୋଙ୍ଗଙ୍କ ନିର୍ଦ୍ଦେଶରେ ହୋଇଥାଏ ।

Vladimir Putin Will Meet with Kim Jong Un in Russia in April ...

କେବଳ ସେତିକି ନୂହେଁ ସେଠାରେ ଥିବା ସୁରକ୍ଷାକର୍ମୀମାନଙ୍କୁ ମଧ୍ଯ ଏହା ବହୁତ୍ ପସନ୍ଦ । ସେମାନଙ୍କ କହିବା ଅନୁଯାୟୀ ମଣିଷ ଶରୀରକୁ ଖତ ରୂପେ ବ୍ୟବହାର କରିବା ଦ୍ୱାରା ଫସଲ ବହୁତ ଭଲ ହେଉଛି । ଏହି ଶିବିର ଏକ ପାହାଡ଼ ନିକଟରେ ରହିଛି । ବର୍ତ୍ତମାନ୍ ଯୋଜନା ଚାଲିଛି ଯେ ଅନ୍ୟ କଏଦୀମାନଙ୍କୁ ମାରି ତାଙ୍କ ଶରୀରକୁ ଖତ ବନାଇ ଆଖପାଖର ଜମିଗୁଡ଼ିକୁ ମଧ୍ଯ ଚାଷୋପଯୋଗୀ କରାଯିବ ।

ତେବେ ମହିଳାଙ୍କ ଏଭଳି ବୟାନ ପରେ ମାନବଧିକାର କମିଟିର ନିର୍ଦ୍ଦେଶକ କହିଛନ୍ତି ଏହା ସ୍ପଷ୍ଟ ଯେ ଉତ୍ତର କୋରିଆରେ ଖୋଲାଖୋଲି ଭାବେ ଅପରାଧ କରାଯାଉଛି । ସୂଚନା ଅନୁଯାୟୀ ଇଲ ସୁନ୍ ଗତବର୍ଷ ଉତ୍ତର କୋରିଆ ଜେଲରୁ କୌଣସି ମତେ ଖସି ପଳାଇ ଆସିଥିଲେ ଏବଂ ବର୍ତ୍ତମାନ ସେ ଦକ୍ଷିଣ କୋରିଆର ସୋଲ ସହରରେ ବାସ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.