Below header

ଏହି ମନ୍ଦିରରେ ଲାଗିଲା ସେନସର ଘଣ୍ଟି, ସଂକ୍ରମଣ ରୋକିବା ପାଇଁ ଆରମ୍ଭ ହେଲା ଏଭଳି ପ୍ରୟାସ

କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକଡାଉନ ହଟିବା ପରେ ଏବେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ମିଳିଛି। ହେଲେ ଏହିସବୁ ସ୍ଥାନରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବା ଉଚିତ। ମନ୍ଦିରରେ ଘଣ୍ଟି ନ ବଜାଇବା ଆଦି ନିୟମ ରଖାଯାଇଛି।

ganti

ଏମିତି ସମୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଥିବା ପଶୁପତିନାଥ ମନ୍ଦିରରେ ଏମିତି ଏକ ଘଣ୍ଟି ଲାଗିଛି ଯାହାକୁ ନ ଛୁଇଁଲେ ବି ଏହା ବାଜିବ। ଏଥିରେ ଅଟୋମେଟିକ ସେନସର ଲଗାଯାଇଛି। ଫଳରେ ଘଣ୍ଟିକୁ କେହି ନ ଛୁଇଁଲେ ବି ଏହା ବାଜିବ। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଏଭଳି କରାଯାଇଥିବା କହିଛି ମନ୍ଦିର ପ୍ରଶାସନ।

ନହୁର ଖାନ ନାମକ ଜଣେ ବ୍ୟକ୍ତି ଏହା ସ୍ଥାପନ କରିଥିବା କୁହାଯାଉଛି। ନହୁର ୟୁ ଟ୍ୟୁବ ଦେଖି କରୋନାରୁ ବଞ୍ଚିବା ପାଇଁ ସାନିଟାଇଜିଂ ପାଇଁ ମଟୋମେଟଡ ମେସିନ ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ଅନେକ ପ୍ରଂଶସା ମଧ୍ୟ ସାଉଁଟିଥିଲେ। ଏହାକୁ ନେଇ ନହୁର କହିଛନ୍ତି, କରୋନା ସଂକ୍ରମଣକୁ ରୋକିବାକୁ ସେ ଏମିତି ଏକ ଉପାୟ ଚିନ୍ତା କରିଥିଲେ। ଏହାକୁ ନେଇ ଭକ୍ତ କୁହନ୍ତି, ପୂଜା କରିବାକୁ ହେଲେ ଘଣ୍ଟି ବଜାଇବା ଜରୁରୀ ବୋଲି କୁହାଯାଏ। ତେଣୁ ବିନା ଛୁଇଁବାରେ ଯଦି ଘଣ୍ଟି ବାଜି ପାରୁଛି, ତେବେ ଏହା ଭଲ କଥା।

22

ନହୁରଙ୍କ ବୟସ ୬୨ ବର୍ଷ। ସେ ମଧ୍ୟପ୍ରଦେଶର ମନ୍ଦସୌରର ଏକ ଗାଁରେ ରୁହନ୍ତି। ସୋସିଆଲ ମିଡିଆରେ ନହୁରଙ୍କ ଏପରି କାମକୁ ବହୁତ ପ୍ରଶଂସା ମିଳୁଛି। ଭାରତର ପଶୁପତିନାଥ ପ୍ରଥମ ମନ୍ଦିର, ଯେଉଁଠି ସେନସରଯୁକ୍ତ ଘଣ୍ଟି ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.