ଚୁଟକିରେ ରିକୋଭର ହେବ ଫୋନରୁ ଡିଲିଟ ହୋଇଯାଇଥିବା ଯେକୌଣସି ଫଟୋ କିମ୍ବା ଫାଇଲ, ଟ୍ରାଏ କରନ୍ତୁ ଏହି ଟ୍ରିକ

ଧୀରେ ଧୀରେ ଫୋନରେ ଫଟୋ ଏବଂ ଭିଡିଓ ବଢିବା ଦ୍ୱାରା ଫୋନ୍ ମେମୋରୀ ଫୁଲ ହୋଇଯାଇଥାଏ । ଫୋନ୍ ଫୁଲ ହୋଇଗଲା ପରେ ସବୁଠାରୁ ଅଧିକ ସମସ୍ୟା ହେଉଛି ଫୋନ୍ ସ୍ଲୋ ହେବା । ଆପଣ ଅନୁଭବ କରିଥିବେ ଯେ ଫୋନ୍ ହ୍ୟାଙ୍ଗ୍ ହେବାପରେ ଆମେ ପ୍ରଥମେ ଫଟୋ ଗୁଡିକ ଡିଲିଟ କରିଦେଇଥାଉ ।

ଏହା ବ୍ୟତୀତ ଫୋନ୍ ଷ୍ଟୋରେଜ ଫୁଲ ହୋଇଯିବା କାରଣରୁ ଆମେ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ନା ଡାଉନଲୋଡ୍ କରିପାରିଥାଉ ନା କିଛି ସେଭ କରିପାରିନଥାଉ । ସେଥିପାଇଁ ସ୍ମାର୍ଟଫୋନରେ ସ୍ପେସ ରଖିବା ପାଇଁ ଆମେ କିଛି କିଛି ଦିନ ଅନ୍ତରାଳରେ ଫଟୋ ଗୁଡିକ ଡିଲିଟ କରିଦେଇଥାଉ କିନ୍ତୁ ଅନେକ ଥର ଫଟୋ ଡିଲିଟ କରିବା ସମୟରେ ଆମେ କିଛି ଜରୁରୀ ଫଟୋ ମଧ୍ୟ ଡିଲିଟ କରିଦେଇଥାଉ, ଯେଉଁଥିପାଇଁ ଆମେ ପରେ ଅସୁବିଧାରେ ପଡିଥାଉ । ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ସହଜ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କର ଡିଲିଟ୍ ହୋଇଥିବା ଫଟୋ କିମ୍ବା ଭିଡିଓ ସହଜରେ ରିକଭର ହୋଇପାରିବ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଉପାୟ ।

How to hide files and photos on your phone | Popular Science

 

  • ଏଥିପାଇଁ ପ୍ରଥମେ ଆପଣଙ୍କୁ ପ୍ଲେ ଷ୍ଟୋରରୁ Disk Digger ନାମକ ଏକ ଆପ୍ ଡାଉନଲୋଡ୍ କରିବାକୁ ପଡିବ ।
  • ଥରେ ଇନଷ୍ଟଲ୍ ହୋଇଗଲେ ଏହା ଉପଭୋକ୍ତାଙ୍କୁ ଫଟୋ ସ୍କାନ୍ କରିବାକୁ କହିବ । ଯେଉଁଥିପାଇଁ ସାମ୍ନାରେ ‘Start basic scan’ କରିବାର ଅପସନ ଆସିବ ।
  • ଏହା ଉପରେ ଟ୍ୟାପ କରିବା ମାତ୍ରେ ହିଁ ଏହା ଆପଣଙ୍କ ଫଟୋ, ମିଡିଆ ଏବଂ ଫାଇଲଗୁଡିକୁ ଆକ୍ସେସ କରିବା ପାଇଁ ଅନୁମତି ମାଗିବ । ଯେଉଁଥିରେ ଆପଣଙ୍କୁ allow କରିବାକୁ ପଡିବ ।
  • ବର୍ତ୍ତମାନ ଆପଣଙ୍କର ସମସ୍ତ ଫଟୋ ସ୍କାନ୍ ହୋଇଯିବ ଏବଂ ଧୀରେ ଧୀରେ ଏହା ଆପଣଙ୍କୁ ଦେଖାଯିବ ।
  • ଥରେ ସ୍କାନ୍ ସମ୍ପୂର୍ଣ୍ଣ ହୋଇଗଲେ ଏହା ଆପଣଙ୍କୁ ଟୋଟାଲ କେତେ ଫାଇଲ ସ୍କାନ୍ ହୋଇଛି କହିବ । ଆଉ ତାପରେ ଆପଣ ଯେଉଁ ଫଟୋ କିମ୍ବା ଫାଇଲକୁ ରିକଭର କରିବାକୁ ଚାହୁଁଥିବେ ତା ଉପରେ କ୍ଲିକ କରି ଉପର ବକ୍ସରେ ଥିବା ‘ରିକଭର’ ଉପରେ ଟ୍ୟାପ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଫାଇଲ୍ ରିକଭର ହୋଇଯିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.