ଇ-ସଲାମ କ୍ରିକେଟ୍ 2020 : କିପରି ଚାଲିଛି ସଚିନଙ୍କ ଲକଡାଉନ ଲାଇଫ ? ମାଷ୍ଟର ବ୍ଲାଷ୍ଟର କହିଲେ ପୁରା ରୁଟିନ..

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟର ମେଗା ଇଭେଣ୍ଟ ‘ଇ-ସଲାମ କ୍ରିକେଟ୍ 2020’ ର ଶେଷ ଅଧିବେଶନ ‘ସଚିନ୍-ସଚିନ୍’ରେ ଆସିଥିଲେ । କରୋନା ବିଷୟରେ ଆଲୋଚନା ବେଳେ ସଚିନ ତେନ୍ଦୁଲକର କହିଛନ୍ତି ‘ମୁଁ ମାର୍ଚ୍ଚ 15 ତାରିଖରୁ କାହା ସହିତ ସାକ୍ଷାତ କରି ନାହିଁ । ମୁଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସମସ୍ତ ନିର୍ଦ୍ଦେଶକୁ ଅନୁସରଣ କରୁଛି । ମୁଁ 3 ମାସରୁ ଅଧିକ ସମୟ ହେଲା ଘରୁ ବାହାରି ନାହିଁ । ବିଶ୍ଵ ସଂପୂର୍ଣ୍ଣ ଭାବେ ବଦଳିଯାଇଛି, 2020 ରେ ଏହିସବୁ ଘଟିବ ବୋଲି କେହି ସ୍ୱପ୍ନରେ ମଧ୍ୟ ଭାବି ନଥିବେ । ଯେତେବେଳେ ଏହି ବର୍ଷ ଆରମ୍ଭ ହେଲା ସେତେବେଳେ ଆମେ 31 ଡିସେମ୍ବର ପାଳନ କରିଥିଲୁ କିନ୍ତୁ ସେବେଠାରୁ ସବୁକିଛି ବଦଳି ଯାଇଛି ।

ସଚିନ ତେନ୍ଦୁଲକର କହିଛନ୍ତି, ‘ଲକଡାଉନ୍ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । କିନ୍ତୁ ଏହା ବିରୋଧରେ ଆମକୁ ଏକାଠି ଲଢ଼ିବା ଆବଶ୍ୟକ। ମୋ ପରିବାରର ସଦସ୍ୟମାନେ ମଧ୍ୟ ସ୍ଥିର କରିଥିଲେ ଯେ ଆମେ ଆଦୌ ବାହାରକୁ ଯିବୁ ନାହିଁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବୁ କିନ୍ତୁ ସେହି ସମୟରେ ଆମେ ଏହା ମଧ୍ୟ ଭାବିଥିଲୁ କି ଏହି ସମୟ ମଧ୍ୟରେ ଜୀବନକୁ କିପରି ଉପଭୋଗ କରିପାରିବୁ ।

कैसी है सचिन की लॉकडाउन लाइफ? मास्टर ने बताया पूरा रूटीन

ତେନ୍ଦୁଲକର କହିଛନ୍ତି, ‘ମୁଁ ରୋଷେଇ କରିବା, କେଶ କାଟିବା ପାଇଁ ଚେଷ୍ଟା କରିଛି । ମୁଁ ନିଜର ଦୁଇଥର କେଶ କାଟିଛି ଏବଂ ଥରେ ଅର୍ଜୁନଙ୍କ କେଶ ମଧ୍ୟ କାଟିଛି । ଜୁମ୍ କଲ୍ ରେ ମୋର ମିଟିଂ ହୋଇଥାଏ । ମୋ ସହିତ କାମ କରୁଥିବା ମୋ ଦଳ ମଧ୍ୟ ବହୁତ ପ୍ରଭାବଶାଳୀ ରହିଛି । ତେବେ ଏହି ସତର୍କତାକୁ ଆମେ ସମସ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧରି ରଖିବାକୁ ପଡ଼ିବ ।

ତେନ୍ଦୁଲକର ଆହୁରି କହିଛନ୍ତି ଯେ ‘ଆମେ ଦୀର୍ଘ ଦିନ ଧରି ଏହି ବାର୍ତ୍ତା ପଠାଇବାକୁ ଚେଷ୍ଟା କରୁଛୁ ଯେ ମଇଳା ହାତ ଦ୍ୱାରା ଡାଇରିଆ ହୋଇଥାଏ । ସେଥିପାଇଁ ହାତ ଧୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଅନୁରୋଧ କରୁଛି । ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ ଏବଂ ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ । ଏହାସହିତ ସେ କହିଥିଲେ ‘ଆମେ ସମସ୍ତେ ଗୋଟିଏ ଟିମ ହୋଇ କରୋନା ଭାଇରସକୁ ପରାସ୍ତ କରିବାକୁ ଚେଷ୍ଟା କରୁଛୁ । ଆମକୁ ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ଆବଶ୍ୟକତା ନାହିଁ ବରଂ ଏହି ଜୀବାଣୁକୁ ପରାସ୍ତ କରିବାର ଉପାୟ ଖୋଜିବାକୁ ପଡିବ । ଯଦିଓ କେହି ଆର୍ଥିକ କିମ୍ବା ଅନ୍ୟ ଉପାୟରେ ସାହାଯ୍ୟ କରିବାକୁ ଚାହାଁନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସମସ୍ତ ନିୟମକୁ ଅନୁସରଣ କରିବା ଉଚିତ୍ । କରୋନା ବିପକ୍ଷରେ ଲଢେଇ କରିବା ପାଇଁ ଆମକୁ ଗୋଟିଏ ଦଳ ହୋଇ କାମ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.