Below header

ରାଜ୍ୟରେ କରୋନା ମହାମାରୀ ନେଲା ଆଉ ଏକ ଜୀବନ, ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର: ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଗଂଜାମ ଜିଲ୍ଲାର ୫୦ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନା ମୁତାବକ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । କହିରଖିବା ଉଚିତକି ବ୍ୟକ୍ତି ଜଣଙ୍କ ପୂର୍ବରୁ ଡାଇବେଟିସ, ବ୍ଲଡ଼ ପ୍ରେସର, ହାଇପରଟେନସାନ, କିଡ୍ନୀ ଜନିତ ସଂକ୍ରମଣ ଓ କ୍ରୋନିକ ପଲମୋନାରୀ ଜନିତ ରୋଗରେ ପୀଡିତ ଥିଲେ ।

କହିରଖିବା ଉଚିତ ହେବକି, ଶୁକ୍ରବାର ଗଂଜାମ ଜିଲ୍ଲାର ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିଲା । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.