Below header

ରଥଯାତ୍ରାରେ ରଥ ଟାଣିବାକୁ ମେସିନ କିମ୍ବା ହାତୀ ବ୍ୟବହାର କରିବାକୁ ପରାମର୍ଶ ଦେଲେ ହାଇକୋର୍ଟ

ରଥଯାତ୍ରାରେ ହେବନି ଭକ୍ତ ଆଉ ଭଗବାନଙ୍କର ମିଳନ। ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ରଥଯାତ୍ରାରୁ ଜନସାଧାରଣଙ୍କୁ ଦୂରେଇ ରଖିବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ରଥକୁ ସାଧାରଣ ଜନତା ଟାଣିବା ପରିବର୍ତ୍ତେ ଲୋକମାନଙ୍କ ସ୍ଥାନରେ ହାତୀ କିମ୍ବା ମେସିନ କିମ୍ବା କିଛି ମେକାନିଜିମର ବ୍ୟବହାର ହେବା ଉଚିତ। ତାହେଲେ ଯାଇ ରଥଯାତ୍ରାରେ ଜନସମାଗମକୁ ଏଡାଇବା ସମ୍ଭବପର ହେବ। ରଥଯାତ୍ରାରେ ମେକାନିଜିମର ବ୍ୟବହାର ପାଇଁ ହୋଇଥିବା ଆବେଦନ ଉପରେ ଏଭଳି ମତ ଦେଇଛନ୍ତି ହାଇକୋର୍ଟ।

ELEPHANT

ହାଇକୋର୍ଟଙ୍କ ରାୟ ଅନୁଯାୟୀ ରଥ ଟାଣିବା ପାଇଁ ସାଧାରଣ ଜନତାଙ୍କ ପରିବର୍ତ୍ତେ ମେକାନିଜିମ କିମ୍ବା ଅନ୍ୟ କୌଣସି ସାଧନ ଯଥା ହାତୀ ବ୍ୟବହାର ହେଲେ ଲୋକଙ୍କର ଆବଶ୍ୟକତା ପଡିବନାହିଁ। ତେଣୁ ରାଜ୍ୟ ସରକାର ରଥଯାତ୍ରା ପାଇଁ କୌଣସି ନିଷ୍ପତ୍ତି ନେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

rathaଆଇନଜୀବୀ ଦିଲ୍ଲୀପ ରାୟଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାର ଶୁଣାଣୀ କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠରେ ଏହି ଆଦେଶ ଦେଇଛନ୍ତି। ଶ୍ରୀ ରାୟ ରଥଯାତ୍ରାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ତାଙ୍କ ପିଟିସନରେ ସେ ଅପିଲ କରିଥିଲେ ଯେ, ଯଦି ରଥ ଲୋକଙ୍କ ଦ୍ୱାରା ଟଣାଯାଏ ତାହେଲେ ଏଥିପାଇଁ ଅତିକମରେ ୭ ଶହରୁ ୮ ଶହ ଲୋକଙ୍କର ଆବଶ୍ୟକତା ରହିଛି। ତେଣୁ ଲୋକଙ୍କ ବଦଳରେ ଶକ୍ତିଶାଳୀ ମେସିନ ବା ମେକାନିଜିମ ସାହାଯ୍ୟରେ ରଥ ଟାଣିବା ଉଚିତ ବୋଲି ତାଙ୍କ ପିଟିସନରେ ଅପିଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.