ଆଜି ରାଜ୍ୟରେ ୧୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା ୩୯୦୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ନୂଆ ୧୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୧୭୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ବାକି ୧୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜି ୨୦
ଟି ଜିଲ୍ଲାରୁ ୧୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧ ଜିଲ୍ଲାରୁ ୨୧ ଜଣ ଅଛନ୍ତି । ଯେବେକି ଝାରସୁଗୁଡାରୁ ୨ ଜଣ, କେଉଁଝରରୁ ୧୧ ଜଣ, ଯାଜପୁର ଜିଲ୍ଲାରୁ ୧୨ ଜଣ, ମାଲକାନଗିରିରୁ ଜଣେ ଅଛନ୍ତି |

ଅନ୍ୟ ପକ୍ଷରେ କଟକରୁ ୧୨ ଜଣ, ଜଗତସିଂହପୁରରୁ ୧୧ ଜଣ, ଅନୁଗୁଳରୁ ଜଣେ, ଢେଙ୍କାନାଳ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ଜଣେ, ଗଜପତିରୁ ୧୫ ଜଣ, ବରଗଡ଼ରୁ ୧୬ ଜଣ, କଳାହାଣ୍ଡିରୁ ୧୬ ଜଣ, ଗଂଜାମ ଜିଲ୍ଲାରୁ ୪ ଜଣ, ପୁରୀରୁ ୭ ଜଣ, ସୁନ୍ଦରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ଦୁଇ ଜଣ, ମୟୁରଭଞ୍ଜରୁ ୧୩ ଜଣ, କେନ୍ଦ୍ରାପଡା ଜିଲ୍ଲାର ଜଣେ ଅଛନ୍ତି । ଯେବେକି ଅମ୍ପନ ମୁକାବିଲା ନେଇ ପଶ୍ଚିମ ବଙ୍ଗରୁ ଫେରିଥିବା ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କହିରଖିବା ଉଚିତ ହେବକି ଗତକାଲି ରାଜ୍ୟରେ ସର୍ବାଧିକ ୨୨୫ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏଯାବତ ୨୫୯୪ ଜଣ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ସ୍ଥିତିରେ ୨ ଲକ୍ଷ ୧୪ ଟି ଟେଷ୍ଟ ସରିଥିବା ବେଳେ ୧୩୦୧ ଟି ଆକ୍ଟିଭ କେସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.