ପୂଜା ପରେ ଏବେ ମଣ୍ଡପ ଶୂନ୍ୟ, ନଦୀ କୂଳରେ ମୂର୍ତ୍ତି ସବୁ ପାଲଟିଛନ୍ତି ନଡ଼ା ଗଦା

ଯେଉଁ ନଡାରେ ଦିନେ ମାଟି ଓ ରଙ୍ଗ ବୋଳି ଦେଇ ଦୁର୍ଗା ମାଆଙ୍କ ଠୁ ଆରମ୍ଭ କରି ଲକ୍ଷ୍ମୀ,ଗଣେଶ, ସରସ୍ବତୀ, ମହିଷାସୁର ଅବା ସିଂହ ବାଘର ରୂପ ନେଇଥିଲା। ଯାହା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ଛୁଟି ଆସୁଥିଲେ । ଆଜି ସେସବୁ ଆବର୍ଜନା ପାଲଟି ଯାଇଛି ଭିନ୍ନ ରୂପ ନେଇ ।

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରେ ଆଉ କୌଣସି ଲୋକଙ୍କର ଏତେ ଚଳ ପ୍ରଚଳ ନାହିଁ । ଦିପହର ସମୟ ଖାଁ ଖାଁ ଲାଗୁଥାଏ । କିଛି ଦୂରରେ ଦୁଇଟି ଦୀପ ପଡ଼ିଥାଏ । ତାକୁ ଛାଡି ଆଉ କିଛି ବାଟରେ ଦୁଇ ତିନୋଟି ଦୀପ ଗୋଟିଏ ଝୁଣା ଦାନୀ ଥୁଆ ହୋଇ ଥାଏ। ଏମିତି ଭାବରେ ଦୀପ ଦୁଇଟି ରଖା ଯାଇଥିଲା, ସତେ ଯେମିତି ଲାଗୁ ଥିଲା ଏମାନେ କିଛି ସମୟ ପୂର୍ବରୁ କୋଉ ଠାକୁର ଠାକୁରାଣୀଙ୍କ ପାଖରେ ଜଳୁଥିଲେ। ଏବେ ଅଲୋଡ଼ା ହୋଇ ନଈ କୂଳରେ ପଡ଼ିଛନ୍ତି । କୋଉ ବାଳୁଙ୍ଗା ପିଲା ହାବୁଡ଼ରେ ପଡିଲେ ଭାଙ୍ଗି ନଦୀକୁ ଫିଙ୍ଗି ଦେବେ । ଯେତେବେଳେ ଏମାନେ ପୂଜା ମଣ୍ଡପରେ ମାଆଙ୍କ ପାଖରେ ଜଳୁ ଥିଲେ ସତରେ ଏମାନଙ୍କୁ କେହି ବି ଛୁଇଁ ପାରୁନଥିଲେ। ମା’ଙ୍କ ପ୍ରତି ସମର୍ପିତ ଥିଲେ ଏମାନେ । ଏମାନେ ଦୀପଂ ଜ୍ୟୋତି ପରମବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ବୋଲାଉ ଥିଲେ ।

କିନ୍ତୁ ଆଜି ଯେଉଁ ଭଳି ପଡ଼ି ରହିଛନ୍ତି ଲୋକେ ଆଉ ଛୁଇଁବାକୁ ବି ଚାହୁଁ ନାହାନ୍ତି l ମାଆଙ୍କ ପାଖରେ କେବଳ ପୂଜକଙ୍କ ବ୍ୟତୀତ କେହି ଧରୁ ନଥିଲେ ଏହି ଦୀପକୁ । ହେଲେ ଆଜିର କଥା ନିଆରା । ଆଉ ଗୋଟିଏ କଥା ହେଉଛି ମଣିଷ ଜନ୍ମ ହୋଇ ଏନ୍ତୁଡ଼ିରେ ଥିଲେ କେହି ଛୁଇଁବାକୁ ଯାଆନ୍ତିନି, ସେମିତି ମଣିଷ ମଲା ପରେ ମଶାଣିକୁ ଗଲେ ବି କେହି ଛୁଇଁବାକୁ ଚାହାନ୍ତିନି। ବାହା ପରେ ବର୍ତ୍ତମାନ ବେଦୀ ମୁହଁ ପୋଡା ଭଳି କଥା ହୋଇଛି । ତା ଭିତରେ ଦୀପଟି ତିଆରି ବେଳେ ତାର ମୂଲ୍ୟ କିଛି ନୁହେଁ। ଦୀପରେ ସଳିତା ଦେଇ ଠାକୁର ଠାକୁରାଣୀଙ୍କ ପାଖରେ ଜଳିଲେ ଦୀପ ଅମୂଲ ମୂଲ ହୋଇଯାଏ । ହେଲେ ଲିଭିଗଲା ପରେ ଏମିତି ଅବସ୍ଥା ।

ଏପଟେ ତ ଶୀଳ ଶିଳପୁଆ ଗଗନରେ ଉଡ଼ୁଛି ଶିମିଳି ତୁଳା କଥା ପଚାରେ କିଏ ? ସେହି ଢଙ୍ଗରେ କଥାଟିଏ ମନରେ ଆସୁଛି ଦୀପମାନଙ୍କର । ଆରେ ହଁ ସତରେ ତ। ଯେଉଁ ଠାକୁର ଠାକୁରାଣୀ ଲୋକଙ୍କ ଠାରୁ ପୂଜା ପାଉଥିଲେ, ଯାହା ଲାଗି ମଣ୍ଡପଠୁ ଗେଟ୍‌ ସଜା ଯାଇଥିଲା ସେହି ଦେବାଦେବୀଙ୍କ ଅବସ୍ଥା ନକହିବା ଭଲ । ତେବେ କାହାର ଗୋଡ଼ କେଉଁଟି କାହାର ହାତ, କୋଉ ଦେହ କାହାର । ମହିଷାସୁର କିଏ କି ଦୁର୍ଗା ଜାଣି ହେବନି । ସେସବୁ ଅଳିଆ ପାଲଟି ଯାଇଛି । କୁଢ଼ କୁଢ଼ ନଡା ଗଦା ହୋଇ ରହିଛି ଆବର୍ଜନା ଭଳି । କେବଳ ଦୟା ନଦୀର ପାଣି ଦୂଷିତ ହେବା ଛଡ଼ା ଆଉ କଣ ବା ହେଉଛି । ଯେଉଁ ନଡାରେ ଦିନେ ମାଟି ଓ ରଙ୍ଗ ବୋଳି ଦେଇ ଦୁର୍ଗା ମାଆଙ୍କ ଠୁ ଆରମ୍ଭ କରି ଲକ୍ଷ୍ମୀ,ଗଣେଶ, ସରସ୍ବତୀ, ମହିଷାସୁର ଅବା ସିଂହ ବାଘର ରୂପ ନେଇଥିଲା। ଯାହା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ଛୁଟି ଆସୁଥିଲେ । ଆଜି ସେସବୁ ଆବର୍ଜନା ପାଲଟି ଯାଇଛି ଭିନ୍ନ ରୂପ ନେଇ ।

jhuna

ସାଜସଜ୍ଜା ଭିତରେ ଦୁର୍ଗା ମାଆ ମଣ୍ଡପରେ ପୂଜା ପାଉଥିଲେ । ଶୋଭା ବର୍ଦ୍ଧନ କରୁଥିଲେ । ସେସବୁ କୁ ଯେତେବେଳେ ବିସର୍ଜନ ପାଇଁ ନିଆ ଯାଉଥିଲା ଭକ୍ତିରେ ମାଆଙ୍କୁ ମେଲାଣି ଦେଇ ଶେଷ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଦର୍ଶନ ପାଇଁ ରୋଡ଼ କଡରେ ଭିଡ଼ ଜମାଉଥିଲେ । ବାଜା ରୋଷଣୀ ନାଚ ଗୀତ ସାଙ୍ଗକୁ ଯୁବପିଢ଼ି ଙ୍କ ନାଚ ଗୀତ ପରିବେଶକୁ ଏକ ଅନନ୍ୟ କରି ତୋଳୁଥିଲା । ତେବେ ସେହି ମୃଣ୍ମୟୀ ମୂର୍ତ୍ତି ସବୁ କୁଆଡେ ଲୀନ ହୋଇଗଲା ନଦୀ ଜଳରେ । ଆଉ ରହିଗଲା ଅବଶିଷ୍ଟାଂଶ । ଏସବୁ ନଡା ଗଦାକୁ ଦେଖିଲେ ଆଉ କଣ ଆପଣଙ୍କ ମନରେ ଭକ୍ତି ଭାବ ଆସୁଛି କି ? ନା ତାର ପଚା ଗନ୍ଧରେ ନାକ ଫାଟି ଯାଉଛି l ସେଥିରେ ଦୟା ନଦୀ ଯାହା ଅପରିଷ୍କାର ହେଉଛି । ତେବେ ଏଇ ଘଟଣା ଶିକ୍ଷା ଦେଉଛି ସବୁ କିଛିର ଅନ୍ତ ଅଛି । କଥାରେ ପରା ଅଛି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେବି ନରହି । ତେଣୁ କୌଣସି କଥାକୁ ନେଇ ଲୋଭ, ମୋହ, ଗର୍ବ ଅହଙ୍କାର କଲେ କଣ ସତରେ ରହିବ ? କଥାଟିକୁ ବୁଝି ଯାଆନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.