Below header

ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ, ରାଜଭବନରେ ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟବିଚାରପତି

ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଓଡ଼ିଶାର୨୬ ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ।

ଭୁବନେଶ୍ୱର (କେନ୍ୟୁଜ): ଶପଥ ନେଲେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଓଡ଼ିଶାର୨୬ ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ । ଶପଥ ଗ୍ରହଣ ପରେ ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରିବା ପରେ ରଘୁବରଙ୍କୁ ନୂଆ ନିଯୁକ୍ତି ମିଳିଛି ।

ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଜି ଭୋରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ । ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ପାଛୋଟିନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଓଡିଶାବାସୀଙ୍କ ପ୍ରତି ନିଜ ସେବା ଓ ନିଷ୍ଠାକୁ ପ୍ରମାଣିତ କରିବାକୁ କହିଛନ୍ତି ରଘୁବର ଦାସ ।

ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ରଘୁବର ଦାସ। ଚଳିତ ମେ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ। ୧୯୫୫ ମସିହା ମେ ୩ତାରିଖରେ ଝାଡ଼ଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ରଘୁବର ଦାସ। ୧୯୭୭ରେ ସେ ଜନତା ପାର୍ଟିର ସଦସ୍ୟ ହୋଇ ୧୯୮୦ରେ ସକ୍ରିୟ ରାଜନୀତିରେ ପାଦ ଥାପି ଥିଲେ। ୧୯୯୫ରେ ସେ ପ୍ରଥମ ଥର ପାଇଁ ଜାମସେଦପୁର ପୂର୍ବ ଆସନରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଲଗାତାର ୫ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ।

୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଆଦ୍ୟ ଜୀବନ ଅଭାବ ଅନଟନ ଭିତରେ କାଟିଥିବା ରଘୁବର ପ୍ରଥମେ ଜାମସେଦପୁର ଟାଟା ଷ୍ଟିଲରେଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାର ରାଜ୍ଯପାଳ ଭାବେ ନିଯୁକ୍ତ ହେବା ପରେ ଜଗନ୍ନାଥଙ୍କ ଧାମରେ କାମ କରିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.