ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ୍‌

ଏପି ରାଜ୍ୟ କୌଶଳ ବିକାଶ ନିଗମ (ଏପିଏସ୍‌ଏସ୍‌ଡିସି) ସହ ଜଡିତ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

ଅକ୍ଟୋବର ୩୦ରେ ଏହି ମାମଲାର ଶୁଣାଣି ହୋଇଥିଲା, ଯାହା ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ। ଆଜି କୋର୍ଟ ନିଜର ରାୟ ଣୁଣାଇ ଚନ୍ଦ୍ରବାବୁ ନାଇଡୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

କୋର୍ଟଙ୍କ ଆଦେଶ ମୁତାବକ, ଚନ୍ଦ୍ରବାବୁ ନାଇଡୁଙ୍କୁ ନଭେମ୍ବର ୨୪ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। କୋର୍ଟ ତାଙ୍କୁ ନଭେମ୍ବର ୨୪ରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ସର୍ତ୍ତ ମୁତାବକ, ଚନ୍ଦ୍ରବାବୁ ନାଇଡୁ ହସ୍ପିଟାଲ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ। ଏହା ସହିତ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ କିମ୍ବା କାହା ସହିତ ଫୋନରେ କଥା ହୋଇପାରିବେ ନାହିଁ।

କୋଟି କୋଟି ଟଙ୍କାର ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁ ପାଖାପାଖି ୫୦ରୁ ଅଧିକ ଦିନ ଧରି ରାଜମୁନ୍ଦରୀ ଜେଲ୍‌ରେ ଅଛନ୍ତି। ସେପ୍ଟେମ୍ବର ୯ରେ ତାଙ୍କୁ ସିଆଇଡି ଗିରଫ କରିଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.