ଆଫଗାନିସ୍ତାନର ବିଜୟ ପରେ ପୁଣି ନାଚିଲେ ଇରଫାନ ପଠାନ, ଏଥର ହରଭଜନ ସିଂ ଦେଲେ ସାଥ୍‌

ଶ୍ରୀଲଙ୍କାକୁ ଆଫଗାନିସ୍ତାନ ହରାଇବା ପରେ ଡ୍ୟାନ୍ସ କରିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ଏକୁଟିଆ ନୁହେଁ ହରଭଜନ ସିଂଙ୍କ ସହିତ । ଫରକ କେବଳ ଏତିକି, ସେତେବେଳେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ଜିତିବା ବେଳେ ମଇଦାନରେ ନାଚିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଷ୍ଟୁଡିଓରେ ଡ୍ୟାନ୍ସ କରିଛନ୍ତି ।

ଚଳିତ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ହରାଇବା ପରେ ଡ୍ୟାନ୍ସ କରିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ଏକୁଟିଆ ନୁହେଁ ହରଭଜନ ସିଂଙ୍କ ସହିତ । ଫରକ କେବଳ ଏତିକି, ସେତେବେଳେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ଜିତିବା ବେଳେ ମଇଦାନରେ ନାଚିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଷ୍ଟୁଡିଓରେ ଡ୍ୟାନ୍ସ କରିଛନ୍ତି ।

ଭାରତ ସହିତ ଆଫଗାନିସ୍ତାନ କ୍ରିକେଟ ନିବିଡ ସଂପର୍କ ରହିଛି । ଆଫଗାନିସ୍ତାନ କ୍ରିକେଟକୁ ସୁଧାରିବା, ଉନ୍ନତ କରିବାରେ ଭାରତ ବଡ ହାତ ରହିଛି । ଆଫଗାନିସ୍ତାନ ଟିମର ମେଣ୍ଟର ଅଜୟ ଜାଡେଜା ରହିଛନ୍ତି । ଆଉ ଅଜୟ ଜାଡେଜାଙ୍କ ତତ୍ତ୍ୱାବଧାନରେ ଟିମ ଏଭଳି କରିବା ପରେ ଇନଫାନ ପଠାନ ଏବଂ ହରଭଜନ ସିଂ ନାଚି ଉଠିଛନ୍ତି । ଭାଇରଲ ହେଉଥିବା ଭିଡିଓରେ ଇରଫାନ ଏବଂ ହରିଭଜନ ଭାଙ୍ଗଡା ନାଚୁଥିବାର ଦେଖିବାକୁ ମିଳିଛନ୍ତି ।

 

View this post on Instagram

 

A post shared by Irfan Pathan (@irfanpathan_official)

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ବହୁତ ଖୁସିଥିବା ନଜର ଆସିଆସିଥିଲେ । ମ୍ୟାଚ ପରେ ଇରଫାନ ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନଙ୍କ ସହିତ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ ।  ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କରିଥିଲା ୨୪୧ ରନ୍ । ଜବାବରେ ଆଫଗାନିସ୍ତାନ ୪୬ତମ ଓଭରରେ ମାତ୍ର ୩ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦଳ ପକ୍ଷରୁ ରେହମତ ଖାନ୍ ଅପରାଜିତ ୫୮ ଓ ଆଜମାତୁଲ୍ଲା ଓମାରଜାଇ ସର୍ବାଧିକ ଅପରାଜିତ ୭୩ ରନ୍ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.