Below header

ସେଲ୍ଫି ନେବା ପଡୁଛି ମହଙ୍ଗା, ଟିକେ ଭାଇରାଲ୍ ହେବା ନିଶାରେ ଯାଉଛି ଜୀବନ

ଆଜିକାଲିର ଯୁବପିଢିଙ୍କୁ ଘାରିଛି ସେଲ୍ଫି ନିଶା। ଜୀବନକୁ ବେଖାତିର କରି ବିପଦପୂର୍ଣ୍ଣ ଭାବେ ନେଉଛନ୍ତି ସେଲ୍ଫି କ୍ଲିକ୍ । ବୁଲାବୁଲି ଓ ଫଟୋ ଉତ୍ତୋଳନରେ ଏମିତି ମଜ୍ଜି ଯାଉଛନ୍ତି ଯେ, ଯେଉଁଥି ପାଇଁ ଏମିତି ଦେବାକୁ ପଡୁଛି ଜୀବନ। ଟିକେ ଭାଇରାଲ୍ ହେବା ନିଶାରେ ସେମାନେ ଭୁଲି ଯାଉଛନ୍ତି ସବୁ କିଛି ।

ଉଦଳା(କେନ୍ୟୁଜ୍): କଣ ଘଟିଗଲା ନିମିଷକ ଭିତରେ । ହସ ଖୁସିର ମାହୋଲ ହଠାତ୍ ଶୋକରେ ବଦଳିଗଲା । କିଏ ଜାଣିଥିଲା ଘଟିଯିବ ଏମିତି ଅଘଟଣ ଯେ ଅକାଳରେ ଚାଲିଯିବ ଜୀବନ । ପୁଣି ସେଲ୍ଫି ପାଇଁ ଗଲା ଜୀବନ । ପୁଣି ଖାଲି ହୋଇଗଲା ଗୋଟେ କୋଳ । ଜଳ ପ୍ରପାତରେ ପଡି ଆଖିବୁଜି ଦେଇଛି ଜଣେ ଛାତ୍ର।

ଏବେ ସବୁଠି ସେଲ୍ଫି ହେଉକି ରିଲସ୍ , ପ୍ରତିଦିନ ଏହାକୁ ନେଇ ଆସୁଛି ଦୁଃଖଦ ଖବର । ଯାଉଛି ଅନେକ ଜୀବନ । ଭାଙ୍ଗୁଛି ଅନେକ ଘର । ସେଲ୍ଫି କ୍ରେଜ୍ ଏମିତି ଘାରିଛି ଯେ କାହାକୁ ଆଉ ସିମ୍ପୁଲ୍ ଫଟୋ ଉଠାଇବାକୁ ଭଲ ଲାଗୁନି। କେମିତି ଫଟୋଟି ଅତି ରୋମାଞ୍ଚକର ଏବଂ ଫଟୋର ବ୍ୟାକ୍ ଗ୍ରାଉଣ୍ଡ ଖାସ୍ ହେବ ସେଥିପାଇଁ ସବୁକିଛି ରିସ୍କ ନେବାକୁ ରେଡି । ଯେଉଁ ରିସ୍କ ନେବା ଏମାନଙ୍କୁ ବେଳେବେଳେ ମହଙ୍ଗା ପଡିଯାଉଛି। ଏକ ରିପୋର୍ଟ ଅନୁଯାୟୀ ଭାରତ ସେଲ୍ଫି ଜନିତ ମୃତ୍ୟୁସଂଖ୍ୟାରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଯେଉଁଥିରେ ପୁଣି ଯୋଡି ହୋଇଯାଇଛି ଏଇ ଘଟଣା ।

ଏ ହେଉଛି ସେହି ଜଳପ୍ରପାତ । ଯେଉଁଠିକୁ ବୁଲିବାକୁ ଆସି ଫଟୋ ଉଠାଇବା ମହଙ୍ଗା ପଡିଛି ଜଣେ ଛାତ୍ରକୁ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟୁଙ୍କି ଜଳ ପ୍ରପାତ। ଯାହାର ଆପଣ ନିହାତୀ ଶୁଣିଥିବେ । ତେବେ ଛାତ୍ର ଜଣକ ନିଜ ସମ୍ପର୍କୀୟମାଙ୍କ ସହିତ ଏଠାକୁ ବୁଲିବାକୁ ଆସିଥିଲେ । ଖୁବ୍ ଖୁସି ଥିଲେ । ମଜାମସ୍ତି ବି ଚାଲିଥିଲା ତାରି ଭିତରେ ବିଭିନ୍ନ ଢଙ୍ଗ ଚାଲିଥିଲା ଫଟୋ ଉଠା । ହେଲେ କିଏ ଜାଣିଥିଲା ସେଇ ଜଳ ପ୍ରପାତ ପାଖରେ ଜଗିବସିଥିଲା ମୃତ୍ୟୁ ।

ଜଳ ପ୍ରପାତ ଉପରେ ଫଟୋ ଉଠାଉଥିବା ସମୟରେ ହଠାତ୍ ଅସାବଧାନତା ବଶତଃ ଖସି ଯାଇଥିଲା ଗୋଡ଼ । ଆଉ ସିଧା ଆସି ଜଳ ପ୍ରପାତ ଭିତରେ ପଡିଯାଇଥିଲେ ଅମିତାଂଶୁ। ଯାହାଫଳରେ ଜଳ ପ୍ରପାତରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ଖବର ମିଳୁଛି ଗତକାଲି ବାଲେଶ୍ୱର ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ଅମିତାଂଶୁ ବେହେରାଙ୍କ ସହିତ ତାଙ୍କର କିଛି ସମ୍ପର୍କୀୟ ଟୁଙ୍କି ଜଳ ପ୍ରପାତକୁ ବୁଲିବାକୁ ଆସିଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ଆଉ ଏ ହେଉଛି ଅଘଟଣ ଘଟିବା ପରର ଦୃଶ୍ୟ । ଅମିତାଂଶୁ ହରାଇ ତାଙ୍କ ସହିତ ଆସିଥିବା ଏଇ ଯୁବକମାନେ କେମିତି ସ୍ଥାଣୁ ପାଲଟିଯାଇଛନ୍ତି । କଣ କହିବେ କାହାକୁ କହିବେ କିଛି ବୁଝିପାରୁନାହାନ୍ତି ଏମାନେ । ତେବେ ଏନେଇ ଖବର ପାଇ ଖୁଣ୍ଟା ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତ ଅମିତାଂଶୁ ବେହେରା RDS କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିବାବେଳେ ଏହି ଘଟଣା ପରେ ଏବେ ପରିବାରରେ ଶୋକର ଛାୟା ଖେଲିଯାଇଛି ।

ଏପଟେ ସତ କହିବାକୁ ଗଲେ ଆଜିକାଲିର ଯୁବପୀଢିଙ୍କୁ ଘାରିଛି ସେଲ୍ଫି ନିଶା। ଜୀବନକୁ ବେଖାତିର କରି ବିପଦପୂର୍ଣ୍ଣ ଭାବେ ନେଉଛନ୍ତି ସେଲ୍ଫି କ୍ଲିକ୍ । ବୁଲାବୁଲି ଓ ଫଟୋ ଉତ୍ତୋଳନରେ ଏମିତି ମଜ୍ଜି ଯାଉଛନ୍ତି ଯେ, ଯେଉଁଥି ପାଇଁ ଏମିତି ଦେବାକୁ ପଡୁଛି ଜୀବନ। ଟିକେ ଭାଇରାଲ୍ ହେବା ନିଶାରେ ସେମାନେ ଭୁଲି ଯାଉଛନ୍ତି ସବୁ କିଛି । ତେଣୁ ସମୟ ଥାଉ ଥାଉ ସତର୍କ ହୋଇଯାନ୍ତୁ ବିପଦପୂର୍ଣ୍ଣ ସ୍ଥାନରେ ଏସବୁ କାର୍ଯ୍ୟରୁ ନିବୃତ ରୁହନ୍ତୁ । ଖାସ୍ କରି ଥରେ ନିଜ ପରିବାର କଥା ନିହାତୀ ଭାବନ୍ତୁ । ଆପଣଙ୍କ ପରେ ସେମାନଙ୍କ ଅବସ୍ଥା କଣ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.